ବିଧାନସଭାରେ ଜଳ ସଂକଟ ତାତି:  ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ଦେଖା ଦେଇଥିବା ଜଳ ସଙ୍କଟର ତାତି ଆଜି ବିଧାନସଭାରେ ଅନୁଭୂତ ହୋଇଥିଲା। ଜଳ ସମସ୍ୟାକୁ ନେଇ ଆଗତ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୧୬ ବର୍ଷ ଶାସନରେ ରହିବା ପରେ ମଧ୍ୟ ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇ ପାରୁ ନ ଥିବାରୁ ନବୀନ ଶାସନ ଗାଦିରେ ରହିବାର ନୈତିକତା ହରାଇ ସାରିଛନ୍ତି। ପିଇବା ପାଣି ଯୋଗାଇବା ଦାୟିତ୍ୱରେ ଥିବା ୩ଟି ବିଭାଗ ମଧ୍ୟରେ ସମନ୍ୱୟ […]

assembly

assembly

Rakesh Mallick
  • Published: Monday, 28 March 2016
  • Updated: 29 March 2016, 03:37 AM IST

ଭୁବନେଶ୍ୱର: ସାରା ରାଜ୍ୟରେ ଦେଖା ଦେଇଥିବା ଜଳ ସଙ୍କଟର ତାତି ଆଜି ବିଧାନସଭାରେ ଅନୁଭୂତ ହୋଇଥିଲା। ଜଳ ସମସ୍ୟାକୁ ନେଇ ଆଗତ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୧୬ ବର୍ଷ ଶାସନରେ ରହିବା ପରେ ମଧ୍ୟ ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇ ପାରୁ ନ ଥିବାରୁ ନବୀନ ଶାସନ ଗାଦିରେ ରହିବାର ନୈତିକତା ହରାଇ ସାରିଛନ୍ତି। ପିଇବା ପାଣି ଯୋଗାଇବା ଦାୟିତ୍ୱରେ ଥିବା ୩ଟି ବିଭାଗ ମଧ୍ୟରେ ସମନ୍ୱୟ ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀ ଅଭିଯୋଗ କରିଛନ୍ତି, ସହରରେ କାଗଜକଲମରେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ସ୍ଥିତି ଆହୁରି ଜଟିଳ। ଅଧିକାଂଶ ପାନୀୟଜଳ ପ୍ରକଳ୍ପ କାମ କରୁନାହିଁ। ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ କଥା ଶୁଣୁନାହାନ୍ତି। ଗ୍ରାମ ଉନ୍ନୟନ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଭିତରେ ସମନ୍ୱୟ ଅଭାବ ଜଳ ସଙ୍କଟକୁ ଉତ୍କଟ କରିଛି। ୨୦୦୧ରେ ୩୨ ପ୍ରତିଶତ ଲୋକ ପାଣି ପାଇଁ ଏକ ମାଇଲ ଦୂରକୁ ଯାଉଥିବା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଏତେ ବର୍ଷ ଶାସନ କଲା ପରେ ବି ନବୀନ ସରକାର ରାଜ୍ୟବାସୀଙ୍କୁ ପିଇବା ପାଣି ଟୋପେ ଯୋଗାଇ ପାରିଲେ ନାହିଁ। ଏପରି ସରକାରର ଶାସନ ଗାଦିରେ ରହିବାର ଅଧିକାର ନାହିଁ। ଏଥିପାଇଁ ସେମାନେ ରାଜ୍ୟବାସୀଙ୍କୁ କ୍ଷମାଭିକ୍ଷା କରିବା ଉଚିତ।”

ବିଜେପି ବିଧାୟକ ରବି ନାୟକ କହିଛନ୍ତି, “ବିଗତ ଦିନରେ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ହେଲେ ଏହା କିଛି କାମରେ ଆସିନାହିଁ। ପଞ୍ଚାୟତରେ ଗଭୀର ନଳକୂପ ଖୋଳାଯାଇଛି। ହେଲେ ଏପର୍ଯ୍ୟନ୍ତ ଲୋକଙ୍କୁ ସଂଯୋଗ ଦିଆଯାଇନାହିଁ।”

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “୧,୫୭,୧୫୮ ଗ୍ରାମକୁ ସରକାର ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ପାନୀୟଜଳ ପ୍ରକଳ୍ପ ଲାଗି କେନ୍ଦ୍ର ଦେଉଥିବା ଅନୁଦାନ କମାଇ ଦେଇଥିବାରୁ ଅନେକ ପ୍ରକଳ୍ପ ଆଗେଇ ପାରୁନାହିଁ। ପଞ୍ଚାୟତଗୁଡିକରେ ୭,୫୦୦ ନଳକୂପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାଦିନେ ଭୂତଳ ଜଳସ୍ତର କମିବ ଯୋଗୁଁ ସମସ୍ୟା ଦେଖା ଦେଇଥାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଜଳ ସମସ୍ୟାର ସମାଧାନ ଲାଗି ସରକାର ପଦକ୍ଷେପ ନେଉଛନ୍ତି।”

ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପଞ୍ଚାୟତିରାଜ ମନ୍ତ୍ରୀ ଅନୁପସ୍ଥିତ ଥିଲେ, ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଜଳ ସମସ୍ୟାକୁ ନେଇ ହୋଇଥିବା ଏହି ମୁଲତବି ଆଲୋଚନା ବେଳେ ଶାସକ ଦଳର ୧୧୭ ସଦସ୍ୟଙ୍କ ମଧ୍ୟରୁ ୨୦ରୁ କମ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story