ବିଧାୟକ ନବ ଦାସଙ୍କ ବିରୋଧରେ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗ ଆଣିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଧାୟକ ନବ ଦାସଙ୍କ ବିରୋଧରେ ବିଧାନସଭା ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ବିଧାନସଭା ଚାଲିଥିଲା ବେଳେ ନବ ଗୃହରେ ମୋବାଇଲରୁ ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ଏ ନେଇ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ଏକ ଗଣମାଧ୍ୟମରେ ଜଣେ ବିଧାୟକ ଗୃହରେ ବ୍ଲ୍ୟୁ -ଫିଲ୍ମ ଦେଖୁଥିବା ପ୍ରଦର୍ଶିତ ହୋଇଛି। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ଯାହା ଗୃହର ମର୍ଯ୍ୟାଦାହାନି କରିଛି। ବାଚସ୍ପତି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅପରପକ୍ଷେ ଏହି ଘଟଣା ପଦାକୁ ଆସିବା ପରେ ବିଧାୟକ ନବ ଦାସ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାକୁ ଅସ୍ୱୀକାର କରିଛନ୍ତି। ମୋବାଇଲ୍ ୱେବ୍ ପେଜକୁ ଯିବା ସମୟରେ ୟୁ-ଟିଉବ୍ ଖୋଲାଥିଲା। ଭୁଲରେ ସେଥିରେ ହାତ ବାଜି ଯାଇଥିଲା।ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର। ଏ ନେଇ ବାଚସ୍ପତିଙ୍କୁ ସ୍ପଷ୍ଟୀକରଣ ଦେବି ବୋଲି ସେ କହିଛନ୍ତି।