ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ: ରାଜ୍ୟପାଳଙ୍କ ଭାଷଣରେ ରାଜ୍ୟର ଗୋଲାପୀ ଚିତ୍ର, ବିରୋଧୀ କହିଲେ ପ୍ରତାରିତ କରିଛନ୍ତି ସରକାର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ପରମ୍ପରା ଅନୁସାରେ ଆଜି ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ପ୍ରଥମେ ଦିବଙ୍ଗତ ନେତାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ୩ ସହିଦ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାଜ୍ୟପାଳ ଏସ୍‌.ସି. ଜମିର ତାଙ୍କ ଅଭିଭାଷଣ ପ୍ରଦାନ କରିବା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଛି। ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, “ମୋ ସରକାର କୃଷକଙ୍କ ସଶକ୍ତିକରଣ କ୍ଷେତ୍ରରେ […]

sc.jamir

sc.jamir

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 03:50 PM IST

Sports

Latest News

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ପରମ୍ପରା ଅନୁସାରେ ଆଜି ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ପ୍ରଥମେ ଦିବଙ୍ଗତ ନେତାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ୩ ସହିଦ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାଜ୍ୟପାଳ ଏସ୍‌.ସି. ଜମିର ତାଙ୍କ ଅଭିଭାଷଣ ପ୍ରଦାନ କରିବା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଛି।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, “ମୋ ସରକାର କୃଷକଙ୍କ ସଶକ୍ତିକରଣ କ୍ଷେତ୍ରରେ ବହୁ ପଦକ୍ଷେପ ନେଇଛନ୍ତି। ବୈଷୟିକ କୌଶଳ ବ୍ୟବହାର ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଶତାଦ୍ଦୀର ପ୍ରଥମ ନବକଳେବର ସଫଳତାର ସହ ଶେଷ ହୋଇଛି। ସରକାର ମରୁଡ଼ି ପରିସ୍ଥିତିର ସଫଳ ମୁକାବିଲା କରିଛନ୍ତି। ମରୁଡ଼ି ପରିସ୍ଥିତି ମୁକାବିଲା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ୨୩୪୪.୯୯ କୋଟି ଟଙ୍କା ଯୋଗାଇ ଦେବାକୁ ସ୍ମାରକପତ୍ର ଦେଇଥିଲେ। ଏ ପର୍ଯ୍ୟନ୍ତ କେନ୍ଦ୍ରରୁ ସହାୟତା ମିଳି ନ ଥିବା ବେଳେ ରାଜ୍ୟ ସରକାର ମରୁଡ଼ି ଗ୍ରସ୍ତ ଜିଲ୍ଲାର ଚାଷୀଙ୍କୁ ୫୧୯.୩୦ କୋଟି ଟଙ୍କା ରିହାତି ଦେଇଛନ୍ତି। ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ଭୂ-ରାଜସ୍ୱ ଓ ଶସ୍ୟ ଋଣକୁ ୩ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ରାଜ୍ୟ ସରକାର ସଫଳତାର ସହ କାମ କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଂ ଓ ଯୋଗାଯୋଗ ବ୍ୟବସ୍ଥାରେ ବହୁ ବିକାଶ ହୋଇଛି।”

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, “କେନ୍ଦ୍ର ସହାୟତା ବନ୍ଦ ସତ୍ତ୍ୱେ କେବିକେକୁ ମୋ ସରକାର ଅନୁଦାନ ବୃଦ୍ଧି କରିଛନ୍ତି।୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ବିଜୁ କେବିକେ ଯୋଜନରେ ପ୍ରସ୍ତାବିତ ୨୫୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟ କ୍ଷେତ୍ର ପାଇଁ ୧୩୦ କୋଟି ଓ ଜିଲ୍ଲା କ୍ଷେତ୍ର ପାଇଁ ୧୨୦ କୋଟି ଟଙ୍କା ବରାଦ କରାଯାଇଛି। ସମନ୍ୱୟୀ ଚିନ୍ତନ ମାଧ୍ୟମରେ ଅଭିନବ ଯୋଜନା ପ୍ରଣୟନ କରିବାକୁ ମୋ ସରକାର ସମ୍ପୃକ୍ତ ବିଭାଗକୁ ‘ଯୋଜନା ଓ ସଂଯୋଜନା’ ବିଭାଗ ଭାବେ ନାମିତ କରି ବିଭିନ୍ନ ସଂଶୀଦାରଙ୍କ ସଂହତିକୁ ଉତ୍ସାହିତ କରିଛି। ଜଳସେଚନର ଉତ୍ସଗୁଡିକର ପୁନଃରୁଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ଶିକ୍ଷାର ମାନ ବୃଦ୍ଧି ପାଇଁ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ମୋ ସରକାର ବ୍ୟବସ୍ଥା କରୁଛନ୍ତି। ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଜୋର ଦିଆଯାଉଛି। ରାଜ୍ୟରେ ମୁଣ୍ଡପିଛା ଆୟ ପାଖାପାଖି ୨ଗୁଣ ବୃଦ୍ଧି ପାଇଛି।”

ସେ ଆହୁରି କହିଛନ୍ତି, “ରାଜ୍ୟରେ ନୂତନ ଶିଳ୍ପନୀତି ପ୍ରଣୟନ କରାଯାଇଛି। ମୋ ସରକାର ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରୋଜଗାରର ସୁଯୋଗ ବୃଦ୍ଧି ପାଇଁ ମୋ ସରକାର ପଦକ୍ଷେପ ନେଉଛନ୍ତି। ହାଉସିଂ ଫର୍‌ ଅଲ୍‌ ଓ ଶୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱାଦଶ ଯୋଜନା କାଳରେ ୯ ପ୍ରତିଶତ ଅଭିବୃଦ୍ଧି ହାସଲ ଆମର ଲକ୍ଷ୍ୟ ରହିଛି। ଯାହାକୁ ମୋ ସରକାର ‘ନୂତନ ମାନ’ ଭାବେ ଧାର୍ଯ୍ୟ କରିବାକୁ ଚାହୁଁଛି। ଏହାକୁ ହାସଲ କରିବାକୁ ରାଜ୍ୟ ଯୋଜନା ବ୍ୟୟ ବୃଦ୍ଧି ପାଇ ଚାଲିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୪୪,୧୫୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ୨୦୧୬-୧୭ ପାଇଁ ୪୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ”

ଗୃହ ମୁଲତବି ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାଜ୍ୟପାଳଙ୍କ ଅଭିଭାଷଣ ନୈରାଶ୍ୟଜନକ। ରାଜ୍ୟପାଳଙ୍କ ଦ୍ୱାରା ସରକାର ଲୋକଙ୍କୁ ପ୍ରତାରିତ କରିଛନ୍ତି। ସରକାରଙ୍କ କଥା ଓ କାର୍ଯ୍ୟରେ ଅନେକ ଫରକ ରହିଛି। ଡି’ ବ୍ରଦର୍ସଙ୍କ ସାମ୍ରାଜ୍ୟର ଚେର ବହୁ ବର୍ଷରୁ ଲମ୍ବିଛି, ଯାହା ଆଇନଶୃଙ୍ଖଳା ଭୁଶୁଡି ପଡିଥିବା କଥାକୁ ପ୍ରମାଣିତ କରୁଛି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ରାଜ୍ୟପାଳଙ୍କ ଦ୍ୱାରା ସରକାର ସୁନେଲି ସ୍ୱପ୍ନ ଦେଖାଇଛନ୍ତି। ସରକାରଙ୍କର କୌଣସି ଯୋଜନା ସଫଳ ହୋଇନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିକାଶର ଫମ୍ପା ଆୱାଜ୍‌ ଦେବାରେ ସରକାର ସିଦ୍ଧହସ୍ତ।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ରାଜ୍ୟପାଳଙ୍କ ଅଭିଭାଷଣ ବସ୍ତବଧର୍ମୀ। କୌଣସି ଭୁଲ ତଥ୍ୟ ଦିଆଯାଇନାହିଁ। ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ପ୍ରତିପାଦିତ ହୋଇଛି।”

ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କ୍ ଓ ରମେଶ ଜେନାଙ୍କ ଗିରଫଦାରୀକୁ ନେଇ ଏଥର ଗୃହରେ ତାତି ଦେଖିବାକୁ ମିଳିବ। ବିରୋଧୀ ମଧ୍ୟ ଏ ନେଇ ଇସାରା ଦେଇ ସାରିଲେଣି। ଏହାସହ ଆଉ କିଛି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ମୁକାବିଲା କରିବା ପାଇଁ ସୋମବାର ବିଜେଡିର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ବଜେଟ୍‌ରେ ଅର୍ଥକାଟ ଓ କେନ୍ଦ୍ର ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି।

ଆସନ୍ତା ୧୮ ତାରିଖରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଏଥିରେ ୩ଟି ନୂଆ ବିଲ୍‌ ମଧ୍ୟ ଉପସ୍ଥାପିତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story