ବିଜେପିକୁ ଡର: ନୀତିଶ କୁମାର ଦେଲେ ମହା ଗଠବନ୍ଧନର ପରାମର୍ଶ

ଭୁବନେଶ୍ୱର: ବିଜେପି ବିରୋଧରେ ଲଢ଼ିବା ପାଇଁ ବିହାର ଫର୍ମୁଲା ପ୍ରୟୋଗ କରାଯିବା ଦରକାର। ଭାରତର ସବୁ ରାଜ୍ୟରେ ଏହି ଫର୍ମୁଲା ପ୍ରୟୋଗ କରାଗଲେ ନିଶ୍ଚିତ ସଫଳତା ମିଳିବ। ଏପରିକି କେନ୍ଦ୍ରରେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବାକୁ ହେଲେ ବିହାର ପରି ମହାମେଣ୍ଟର ଆବଶ୍ୟକତା ରହିଛି। ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପିର ସଫଳତା ପରେ ରାଜନୀତିର ପୋଖତ ଖେଳାଳି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଅଙ୍କ କଷିଛନ୍ତି। କଂଗ୍ରେସ ସବୁଠାରୁ ବଡ଼ ଦଳ ଓ ବାମଦଳ ହେଉଛନ୍ତି […]

nitish-kumar

nitish-kumar

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 09:09 PM IST

Sports

Latest News

ଭୁବନେଶ୍ୱର: ବିଜେପି ବିରୋଧରେ ଲଢ଼ିବା ପାଇଁ ବିହାର ଫର୍ମୁଲା ପ୍ରୟୋଗ କରାଯିବା ଦରକାର। ଭାରତର ସବୁ ରାଜ୍ୟରେ ଏହି ଫର୍ମୁଲା ପ୍ରୟୋଗ କରାଗଲେ ନିଶ୍ଚିତ ସଫଳତା ମିଳିବ। ଏପରିକି କେନ୍ଦ୍ରରେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବାକୁ ହେଲେ ବିହାର ପରି ମହାମେଣ୍ଟର ଆବଶ୍ୟକତା ରହିଛି। ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପିର ସଫଳତା ପରେ ରାଜନୀତିର ପୋଖତ ଖେଳାଳି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଅଙ୍କ କଷିଛନ୍ତି। କଂଗ୍ରେସ ସବୁଠାରୁ ବଡ଼ ଦଳ ଓ ବାମଦଳ ହେଉଛନ୍ତି ନିରପେକ୍ଷ। ସେମାନେ ଏହି ମହା ଗଠବନ୍ଧନ ପାଇଁ ପ୍ରୟାସ ଆରମ୍ଭ କରିବାର ଦରକାର ବୋଲି ନୀତିଶ କହିଛନ୍ତି। ଏପରିସ୍ଥଳେ ରାଜ୍ୟ ବିଜେଡିର ଭୂମିକା କଣ ରହିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ ଓଡିଶା ଆସିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଲଗା ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପୂର୍ବରୁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କଂଗ୍ରେସ ଅଛୁଆଁ ନୁହେଁ ବୋଲି କହି କିଛି ସଙ୍କେତ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ କୈଫିୟତ ତଲବ କରିଥିଲେ। ତେବେ ନୀତିଶଙ୍କ ପ୍ରସ୍ତାବ ନେଇ ବିଜେଡି ସୁପ୍ରିମୋ କଣ ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ମହାଗଠବନ୍ଧନ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସ୍ତାବ ଆସିନାହିଁ। ଯଦି ପ୍ରସ୍ତାବ ଆସିବ ତାହା ହେଲେ ଦଳର ସଭାପତି ତାହା ଉପରେ ନିଷ୍ପତ୍ତି ନେବେ।”

ଏଆଇସିସି ସମ୍ପାଦକ ଭକ୍ତ ଦାସ କହିଛନ୍ତି,‘‘ମହା ଗଠବନ୍ଧନ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବରୁ ମୋତେ କହିଥିଲେ। ବର୍ତ୍ତମାନ ଏକତ୍ର ହେବାର ସମୟ ଆସିଛି।”

ନୀତିଶ କୁମାରଙ୍କ ମହା ଗଠବନ୍ଧନ ପ୍ରସ୍ତାବ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ମହା ଗଠବନ୍ଧନ ପ୍ରସ୍ତାବ କେତେ ଥର କରି ସାରିଲେଣି। ମାତ୍ର ସଫଳ ହୋଇନାହାନ୍ତି। ୧୦୦ ଲଙ୍ଗଳା ଏକତ୍ର ହେଲେ ମଧ୍ୟ ଜଣେ ପହିଲବାନକୁ ହରାଇବା ସମ୍ଭବ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos