୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବିଜୟ ମହାନ୍ତି ପାଇବେ ଜୟଦେବ ପୁରସ୍କାର

ଭୁବନେଶ୍ୱର: ଘୋଷଣା ହୋଇଛି ୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୧୪ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ଏ ଘୋଷଣା କରାଯାଇଛି।  ଏହି ଘୋଷଣା ଅନୁଯାୟୀ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତା’ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ […]

bijay-mohanty

bijay-mohanty

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 01:40 PM IST

Sports

Latest News

[caption id="attachment_47342" align="alignleft" width="300"]atal-panda ଶ୍ରେଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା[/caption]

ଭୁବନେଶ୍ୱର: ଘୋଷଣା ହୋଇଛି ୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୧୪ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ଏ ଘୋଷଣା କରାଯାଇଛି।  ଏହି ଘୋଷଣା ଅନୁଯାୟୀ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତା’ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ।

ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇବ ହିମାଂଶୁ ଖଟୁଆଙ୍କ ‘କ୍ରାନ୍ତିଧାରା’। ପୁରସ୍କାର ବାବଦକୁ ଏହି ଫିଲ୍ମକୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ସମ୍ମାନ ପ୍ରଦାନ ପୂର୍ବକ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ। ସେହିପରି ‘ଆଦିମ ବିଚାର’ ପାଇଁ ସବ୍ୟସାଚୀ ମହାପାତ୍ର ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ। ପୁରସ୍କାର ସ୍ୱରୂପ ତାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା। ‘ଆଦିମ ବିଚାର’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବାକୁ ମନୋନୀତ କରାଯାଇଛି। ଗାର୍ଗୀ ମହାନ୍ତି ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ‘କ୍ରାନ୍ତିଧାରା’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯିବାକୁ ବିବେଚନା କରାଯାଇଛି। ଉଭୟ ଶ୍ରେଷ୍ଣ ଅଭିନେତା ଓ ଅଭିନେତ୍ରୀଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ।

ମୋହିତ ଚକ୍ରବର୍ତ୍ତୀ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ରାସ୍ତା’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ପୁରସ୍କାର ବାବଦକୁ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ ଲୋଚନି ବାଗ। ତାଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ସହ ପୁରସ୍କାର ବାବଦକୁ ୧୦ ହଜାର ଟଙ୍କା ଦିଆଯିବ।

ଆଜି ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସଠାରେ ଏହି ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଆଶୋକ ପଣ୍ଡା କହିଥିଲେ ଯେ ଚଳଚ୍ଚିତ୍ରର ମୋଟ ୨୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ ନିଜ ଘରୁ ପୁରସ୍କାର ପାଇଲେ ସବୁଠୁ ଅଧିକ ଭଲ ଲାଗେ। ସେ ନିଜେ ପୁରସ୍କାର ପାଉଥିବା ଯୋଗୁଁ ଖୁସି ଅଛନ୍ତି। ତେବେ ଅଧିକ ଖୁସି ହୋଇଛନ୍ତି ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରେଷ୍ଣ ଅଭିନେତା ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଥିବା ଯୋଗୁଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story