‘ବିଜୁ କନ୍ଧମାଳ ଓ ଗଜପତି ଯୋଜନା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନି’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ମଞ୍ଜୁରି ଠିକ୍‌ ସମୟରେ ହୋଇନଥିବାରୁ ଗାଁକୁ ବିଜୁଳି, ପାଣି ଓ ସଡ଼କ ନିର୍ମାଣ ଲକ୍ଷ୍ୟ ହାସଲ ହୋଇପାରୁନି। ଏପରିକି ଏହି ଅର୍ଥକୁ ଅଜଥାରେ ବ୍ୟୟ କରାଯାଉଛି। ଏପରି ଚାଞ୍ଚଲ୍ୟକର ତଥ୍ୟ ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୦୯-୧୦ ମସିହାରେ ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଗଜପତି ଯୋଜନା ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ବିଜୁଳି, […]

cag-123

cag-123

Rakesh Mallick
  • Published: Monday, 05 December 2016
  • Updated: 05 December 2016, 08:37 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ମଞ୍ଜୁରି ଠିକ୍‌ ସମୟରେ ହୋଇନଥିବାରୁ ଗାଁକୁ ବିଜୁଳି, ପାଣି ଓ ସଡ଼କ ନିର୍ମାଣ ଲକ୍ଷ୍ୟ ହାସଲ ହୋଇପାରୁନି। ଏପରିକି ଏହି ଅର୍ଥକୁ ଅଜଥାରେ ବ୍ୟୟ କରାଯାଉଛି। ଏପରି ଚାଞ୍ଚଲ୍ୟକର ତଥ୍ୟ ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ୨୦୦୯-୧୦ ମସିହାରେ ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଗଜପତି ଯୋଜନା ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ବିଜୁଳି, ଜୀବିକା ନିର୍ବାହ ପନ୍ଥା ଓ ସାମାଜିକ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିନି।

ସରକାରୀ ସ୍ତରରେ ନିଷ୍ପତି ନେବାରେ ବିଳମ୍ୱ ଯୋଗୁଁ ଠିକ୍‌ ସମୟରେ ଜିଲ୍ଲାପାଳମାନେ କମ୍ପ୍ୟୁଟର କିଣିପାରୁ ନାହାନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କୁ କୋଟିଏ ୨୮ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏଥିପାଇଁ ସିଏଜି ଜିଲ୍ଲାପାଳମାନଙ୍କୁ ଦାୟୀ କରିଛନ୍ତି।

ଗ୍ରାମ୍ୟ ରାସ୍ତା ରକ୍ଷଣାବେକ୍ଷଣରେ ଅନିୟମିତତା ହୋଇଛି, ଯାହାଫଳରେ ନିର୍ଦ୍ଧାରିତ ସମୟରେ କାମ ସରୁ ନାହିଁ। ଏଥିପାଇଁ ଠିକାଦାରମାନଙ୍କୁ ୫ କୋଟି ୭୭ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ସେମାନଙ୍କଠାରୁ ଜରିମାନା ଅର୍ଥ ଆଦାୟ ହୋଇନାହିଁ। ସେହିପରି ଅନ୍ୟ ୯ଟି ମାମଲାରେ ଠିକାଦାରଙ୍କଠାରୁ ୫ କୋଟି ୨୫ ହଜାରରୁ କମ୍‌ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ପୋଲିସ୍‌ ପ୍ରଶିକ୍ଷଣ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜମି ଚିହ୍ନଟ ଓ ଗୃହ ବିଭାଗ ଦ୍ୱାରା ଉପଲବ୍ଧ ଜମିରେ ନିର୍ମାଣ କାର୍ଯ୍ୟ ବିଳମ୍ୱରେ ଶେଷ ହୋଇଥିବାରୁ ରାଜ୍ୟ ସରକାର ୧୭ କୋଟି ୫୦ ଲକ୍ଷ କେନ୍ଦ୍ରୀୟ ସହାୟତା ହରାଇଲେ। ସେହିପରି ୨କୋଟି ୬ ଲକ୍ଷର ଉପକରଣ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀମାନେ ଇପିଏଫ୍‌ ନିୟମ ଉଲ୍ଲଂଘନ କରି ୧୮ କୋଟି ୨୨ ଲକ୍ଷ ଟଙ୍କାର ଇପିଏଫ୍‌ ରାଶି ପ୍ରଦାନ କରିନଥିବାରୁ ୩ କୋଟି ୧୦ ଲକ୍ଷ ଟଙ୍କା ଜରିମାନା ପୈଠ କରିବାକୁ ପଡ଼ିଥିଲା। ସେହିପରି ଘରୋଇ ଜମିକୁ ସରକାରୀ ଉଦ୍ଦେଶ୍ୟରେ ଅଧିଗ୍ରହଣ ବାବଦକୁ  ନିର୍ଦ୍ଧାରିତ ତାରିଖ ପର୍ଯ୍ୟନ୍ତ କ୍ଷତିପୂରଣ ହିସାବ କରାଯାଇ ପାରିନଥିବାରୁ ଜମି ହରାଇଥିବା ୨୪୧୦ ଜଣଙ୍କୁ ୬କୋଟି ୪୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇ ପାରିନି। ଭୂମି ଅଧିଗ୍ରହଣ ଅଧିନିୟମ ୧୮୯୪ରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ କ୍ଷତିପୂରଣ ହିସାବ ହୋଇପାରିନଥିବାରୁ ଏଭଳି ସମସ୍ୟା ହୋଇଛି ବୋଲି ସିଏଜି ରିପୋର୍ଟରୁ ପ୍ରକାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos