ବିଜୁ ପକ୍କା ଘର ଯୋଜନା: ଗୃହ ନିର୍ମାଣ ତଥ୍ୟରେ ତାଳମେଳ ନାହିଁ

ଭୁବନେଶ୍ୱର: ବିଜୁ ପକ୍କା ଘର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ହିସାବ, ପଞ୍ଚାୟତ ରାଜ୍ୟ ବିଭାଗର ମନ୍ତ୍ରୀ କହୁଥିବା ତଥ୍ୟ ଓ ବିଭାଗୀୟ ୱେବସାଇଟ୍‌ରେ ତାଳମେଳ ନାହିଁ। ଏପରି କିଛି ତଥ୍ୟ ଓଟିଭି ହାତରେ ଲାଗିଛି। ତଥ୍ୟ ପ୍ରମାଣିତ କରୁଛି ଚଳିତବର୍ଷ ମାତ୍ର ୪୨୬ଟି ବିଜୁ ପକ୍କା ଘର ନିର୍ମାଣ ହୋଇଛି। ଅଶ୍ଚର୍ଯ୍ୟର କଥା ହେଲା ଏହିବର୍ଷ ଗୋଟିଏ ବି ଇନ୍ଦିରା ଆବାସ ଶେଷ କରି ପାରି ନାହାନ୍ତି ସରକାର। କେନ୍ଦ୍ରୀୟ ଯୋଜନାରେ ଗତ ୧୦ ବର୍ଷର ହିସାବକୁ […]

house

house

Rakesh Mallick
  • Published: Friday, 16 December 2016
  • Updated: 16 December 2016, 09:01 PM IST

Sports

Latest News

houseଭୁବନେଶ୍ୱର: ବିଜୁ ପକ୍କା ଘର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ହିସାବ, ପଞ୍ଚାୟତ ରାଜ୍ୟ ବିଭାଗର ମନ୍ତ୍ରୀ କହୁଥିବା ତଥ୍ୟ ଓ ବିଭାଗୀୟ ୱେବସାଇଟ୍‌ରେ ତାଳମେଳ ନାହିଁ। ଏପରି କିଛି ତଥ୍ୟ ଓଟିଭି ହାତରେ ଲାଗିଛି। ତଥ୍ୟ ପ୍ରମାଣିତ କରୁଛି ଚଳିତବର୍ଷ ମାତ୍ର ୪୨୬ଟି ବିଜୁ ପକ୍କା ଘର ନିର୍ମାଣ ହୋଇଛି। ଅଶ୍ଚର୍ଯ୍ୟର କଥା ହେଲା ଏହିବର୍ଷ ଗୋଟିଏ ବି ଇନ୍ଦିରା ଆବାସ ଶେଷ କରି ପାରି ନାହାନ୍ତି ସରକାର। କେନ୍ଦ୍ରୀୟ ଯୋଜନାରେ ଗତ ୧୦ ବର୍ଷର ହିସାବକୁ ନେଇ ୧୦ ଲକ୍ଷ ଘରର ଗଣିତ କଷିଥିବା ପଞ୍ଚାୟତରାଜ ବିଭାଗର ମିଛ ପଦାରେ ପଡ଼ିଛି।

ଗତ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ପ୍ରେସ୍‌ନୋଟରେ ଦାବି କରାଯାଇଥିଲା ୨ ବର୍ଷରେ ୧୦ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରାଯାଇଛି। ସରକାରୀ ଭାବେ ଏସବୁ ଘର ଲୋକାପର୍ଣ୍ଣ ମଧ୍ୟ ହୋଇଛି। ତେବେ ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁସାରେ ୨୦୧୬-୧୭ ବର୍ଷରେ ୪୨୬ଟି ବିଜୁ ପକ୍କା ଘର ନିର୍ମାଣ ହୋଇଛି। ଏହି ବର୍ଷ ୯୩,୦୬୩ ଘର ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଥିଲା।

ଇନ୍ଦିରାଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିସାବ ଆହୁରି ଚକିତ କରୁଛି। ୨,୯୬,୧୨୭ ଘର ତିଆରି ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ଗୋଟିଏ ବି ହୋଇନାହିଁ। ତେବେ ପ୍ରଶ୍ନ ଉଠୁଛି ପଞ୍ଚାୟତିରାଜ ବିଭାଗ ୧୦ ଲକ୍ଷ ବିଜୁ ପକ୍କା ଘର କେଉଁଠୁ ଆଣିଲା।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ବିଜୁ ପକ୍କା ଘର ଯୋଜନାରେ ପ୍ରତିବର୍ଷ ୧ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ରଖାଯାଇଥାଏ। ଏହାକୁ ମିଶାଇ ୩ ବର୍ଷରେ ପ୍ରାୟ ୩ ଲକ୍ଷ ଘର ତିଆରି ହୋଇଛି। ଏହାସହ ଗୃହ ନିର୍ମାଣ ଯୋଜନାରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଯୋଜନାକୁ ମିଶାଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ୧୦ ଲକ୍ଷ ଗୃହ ନିର୍ମାଣ କରାଯାଇଥିବା ଆମେ କହିଛୁ।”

ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ ତିନି ବର୍ଷରେ ୩ ଲକ୍ଷ ବିଜୁ ପକ୍କା ଘର ତିଆରି ହୋଇଛି। ବିଭାଗୀୟ ତଥ୍ୟ ଅନୁସାରେ ୨୦୧୬ ମେ ମଧ୍ୟରେ ବିଭାଗ ପକ୍ଷରୁ ଜିଲ୍ଲାୱାରୀ ଦିଆଯାଇଥିବା ହିସାବ କହୁଛି ଇନ୍ଦିରା ଆବାସ ଯୋଜନାରେ ୮,୪୩,୦୦୦ ଓ ବିଜୁ ପକ୍କା ଘର ଯୋଜନାରେ ୧,୫୬,୦୦୦କୁ ମିଶାଇ ୧୦ ଲକ୍ଷ ଘର ତିଆରି ହୋଇଛି।

ବିଜୁ ପକ୍କା ଘରକୁ ନେଇ ବିଭାଗୀୟ ମନ୍ତ୍ରୀ, ୱେବସାଇଟ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସରକାରଙ୍କ ବିଜ୍ଞାପନ ଭିନ୍ନ କଥା କହୁଛି। ଏପରି ଅସଙ୍ଗତିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବିଭିନ୍ନ ବର୍ଷରେ ନିର୍ମାଣ ହୋଇଥିବା ଇନ୍ଦିରା ଆବାସକୁ ମିଶାଇ ଦେଇ ସେ (ସରକାର) ୧୦ ଲକ୍ଷ ବିଜୁ ପକ୍କା ଘର କହୁଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏପରି ମନ୍ତବ୍ୟ ଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ମୁଖ୍ୟମନ୍ତ୍ରୀ ଜଣେ ମିଥ୍ୟା ତଥ୍ୟର ସୌଦାଗର। ଗତ ୩ ବର୍ଷରେ ମାତ୍ର ୧,୪୦,୦୦୦ ବିଜୁ ପକ୍କା ଘର ହୋଇଛି। ଏହି ସରକାର କେବଳ ପ୍ରଚାର ଓ ଭାଷଣ ସର୍ବସ୍ୱ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କେନ୍ଦ୍ରର ଯୋଜନାକୁ ନିଜର ବୋଲି କହି ଲୋକଙ୍କ ପାଖରେ ଡିଣ୍ଡିମ ପିଟୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos