ବିଜୁ ପକ୍କା ଘର ସଂପର୍କରେ ପ୍ରକୃତ ତଥ୍ୟ ଦେଇପାରୁ ନାହାନ୍ତି ସରକାର

ଭୁବନେଶ୍ୱର: ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରିଥିଲେ। ଏହାକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଦୁଇ ବର୍ଷରେ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି। ଗତ ମେ’ ମାସରେ ସରକାରୀ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ। ତେବେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଏହାର ପ୍ରକୃତ ହିସାବ ଦେଇପାରୁ ନାହାନ୍ତି। ଗତ ୭ ତାରିଖରେ ବିଧାୟକ ଦିଲ୍ଲୀପ ରାୟ […]

biju-pakka-ghara

biju-pakka-ghara

Rakesh Mallick
  • Published: Monday, 12 December 2016
  • Updated: 13 December 2016, 07:13 AM IST

Sports

Latest News

biju-pakka-gharaଭୁବନେଶ୍ୱର: ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରିଥିଲେ। ଏହାକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଦୁଇ ବର୍ଷରେ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି। ଗତ ମେ’ ମାସରେ ସରକାରୀ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ। ତେବେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଏହାର ପ୍ରକୃତ ହିସାବ ଦେଇପାରୁ ନାହାନ୍ତି।

ଗତ ୭ ତାରିଖରେ ବିଧାୟକ ଦିଲ୍ଲୀପ ରାୟ ବିଧାନସଭାରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଯୋଜନା କେବେ ଆରମ୍ଭ ହୋଇଛି ଏବଂ କେତେ ଲୋକଙ୍କୁ ଘର ଦିଆଯାଇଛି ସେନେଇ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ସରକାରଙ୍କ ପାଖରେ ପକ୍କା ଘରର ସମ୍ପୂର୍ଣ୍ଣ ତଥ୍ୟ ନାହିଁ ତେବେ ମୁଖ୍ୟମନ୍ତ୍ରୀ ମେ’ ମାସରେ କେଉଁ ଆଧାରରେ ୧୦ ଲକ୍ଷ ଘର ଲୋକାର୍ପଣ କଲେ?

ଅନ୍ୟପକ୍ଷରେ ୨୦୧୫ ଡିସେମ୍ୱର ୧୫ରେ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ ମୋ’ କୁଡ଼ିଆ ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ ହୋଇଥିବା ଘର ହିସାବ ଜିଲ୍ଲାୱାରି ଦେଇଥିଲେ। ୫୭୫୩୮ ବିଜୁ ପକ୍କା ଘର ଓ ଅନ୍ୟ ଯୋଜନାରେ ୨ ଲକ୍ଷ ୪୪(ମୋଟ୍‌ ୩ ଲକ୍ଷ ୨୩୩୩) ପକ୍କା ଘର ନିର୍ମାଣ ହୋଇଥିବା ମନ୍ତ୍ରୀ ଉତ୍ତର ଦେଇଥିଲେ। ତେବେ ଡିସେମ୍ୱରରେ ୩ ଲକ୍ଷ ଘର ନିର୍ମାଣ ହୋଇଥିବା ବେଳେ ମେ’ ସୁଦ୍ଧା ୫ ମାସରେ ୭ ଲକ୍ଷ ଘର କେମିତି ନିର୍ମାଣ ହେଲା ବୋଲି ବିରୋଧୀ ପ୍ରଶ୍ନ କରିଥିଲେ।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“୩ ଲକ୍ଷ ପାଖାପାଖି ବିଜୁ ପକ୍କା ଘର ଓ ଇନ୍ଦିରାଆବାସ ଯୋଜନାରେ ଘର ନିର୍ମାଣ ହୋଇଛି। ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୧୦ ଲକ୍ଷ ଘର ହୋଇଛି ବୋଲି ଆମେ କହିଛୁ।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ସଚିବାଳୟର ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଲକ୍ଷ ଘର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ବାସ୍ତବିକତାଠାରୁ ଏହି ଯୋଜନା ବହୁ ଦୂରରେ ରହିଛି।”

ପିସିସି ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“୬ ମାସରେ ୭ ଲକ୍ଷ ଘର କେମିତି ନିର୍ମାଣ ହେଲା। ଅଫିସରମାନେ ଯେଉଁ ତଥ୍ୟ ଦେଲେ ତାକୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story