୧୦୦ ବିଜୁ ସେତୁ ଓ ୭୫ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ନୂତନ ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆମ ସରକାର ପ୍ରତିମାସରେ କିଛି କିଛି ପ୍ରକଳ୍ପକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ସେହି କ୍ରମରେ ଆଜି ୧୦୦ଟି ନୂଆ […]

cm-naveen

cm-naveen

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 12:52 PM IST

Sports

Latest News

cm-naveenଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ନୂତନ ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆମ ସରକାର ପ୍ରତିମାସରେ କିଛି କିଛି ପ୍ରକଳ୍ପକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ସେହି କ୍ରମରେ ଆଜି ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ନୂତନ ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରି ମୁଁ ବହୁତ ଖୁସି।”

ସେ କହିଥିଲେ,“ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକୁ ସବୁ ଦିନିଆ ରାସ୍ତା ସୁବିଧା କରିବା ଲକ୍ଷ୍ୟ ନେଇ ୨୦୧୧ରେ ବିଜୁ ସେତୁ ଯୋଜନା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୮୧ଟି ସେତୁର ନିର୍ମାଣ ସରିଛି। ୩୦୨ଟି ସେତୁର ନିର୍ମାଣ କାର୍ଯ୍ୟ ଚାଲିଛି। ଆହୁରି ୧୫୩ଟି ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଲୋକାର୍ପିତ କରାଯାଇଥିବା ୧୦୦ଟି ସେତୁ ଦ୍ୱାରା ୩୪୬ଟି ପଞ୍ଚାୟତର ପ୍ରାୟ ୧୬ ଲକ୍ଷ ଲୋକ ଉପକୃତ ହେବେ।”

ମୁଖ୍ୟମନ୍ତ୍ରୀ କହିଥିଲେ,“ରାଜ୍ୟର ଗ୍ରାମାଞ୍ଚଳରେ ଏକ କୋଟି ପଚାଶ ଲକ୍ଷ ଲୋକଙ୍କୁ ପାଇପ୍ ପାଣି ଯୋଗାଇ ଦିଆଯାଉଛି। ଆଜି ଲୋକାର୍ପିତ ହୋଇଥିବା ୭୫ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ୧୮୨ଟି ଜନବସତିର ଏକ ଲକ୍ଷ ପନ୍ଦର ହଜାର ଲୋକ ଉପକୃତ ହେବେ।”

ମୁଖ୍ୟମନ୍ତ୍ରୀ କହିଥିଲେ,“ସହରାଞ୍ଚଳର ଲୋକମାନେ ଯେଉଁ ସବୁ ସୁବିଧା ସୁଯୋଗ ପାଉଛନ୍ତି ଗ୍ରାମାଞ୍ଚଳ ଲୋକଙ୍କୁ ମଧ୍ୟ ସେ ସବୁ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ସହର ଓ ଗାଁ ମଧ୍ୟରେ ରହିଥିବା ତାରତମ୍ୟକୁ ହ୍ରାସ କରାଯିବ। ପଞ୍ଚାୟତଗୁଡ଼ିକୁ ଶକ୍ତିଶାଳୀ କରାଯିବ। ଗାଁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।”

ଏହି ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଅବକାରୀ ଓ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos