‘ବିକାଶ ପର୍ବ’ ପ୍ରସ୍ତୁତିରେ ଦିଲୀପ ରାୟ ସହଯୋଗ କରିଛନ୍ତି: ଜୁଏଲ

ରାଉରକେଲା:  କେନ୍ଦ୍ର ବିଜେପି ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଦଳ ଆଜି ଏଠାରେ ‘ବିକାଶ ପର୍ବ’ ପାଳନ କରୁଥିବା ବେଳେ ସ୍ଥାନୀୟ ବିଧାୟକ ଦିଲୀପ ରାୟ ଅଚାନକ କୋଲକାତା ଚାଲିଯାଇଥିବାରୁ ଦଳ ଅପ୍ରସ୍ତୁତ ଅବସ୍ଥାରେ ପଡିଛି। କିନ୍ତୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଉତ୍ସବ ପ୍ରସ୍ତୁତି ଦିଗରେ ଦିଲୀପ ସବୁ ପ୍ରକାର ସହଯୋଗ କରିଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ରାଉରକେଲାର ଆଇଜିଏଚକୁ ମେଡିକାଲ କଲେଜ […]

jual oram

jual oram

Rakesh Mallick
  • Published: Monday, 06 June 2016
  • Updated: 06 June 2016, 03:24 PM IST

Sports

Latest News

ରାଉରକେଲା:  କେନ୍ଦ୍ର ବିଜେପି ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଦଳ ଆଜି ଏଠାରେ ‘ବିକାଶ ପର୍ବ’ ପାଳନ କରୁଥିବା ବେଳେ ସ୍ଥାନୀୟ ବିଧାୟକ ଦିଲୀପ ରାୟ ଅଚାନକ କୋଲକାତା ଚାଲିଯାଇଥିବାରୁ ଦଳ ଅପ୍ରସ୍ତୁତ ଅବସ୍ଥାରେ ପଡିଛି। କିନ୍ତୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଉତ୍ସବ ପ୍ରସ୍ତୁତି ଦିଗରେ ଦିଲୀପ ସବୁ ପ୍ରକାର ସହଯୋଗ କରିଛନ୍ତି।

ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ରାଉରକେଲାର ଆଇଜିଏଚକୁ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସପିଟାଲ କରାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରି  ଉତ୍ସବ ବର୍ଜନ କରିଛନ୍ତି ବୋଲି କୁହାଯାଉଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ ବିଧାୟକ ଦିଲୀପ ରାୟ ଯେଉଁ ଅଭିମାନ କରିଛନ୍ତି ତାହାର  ଯଥାର୍ଥତା ରହିଛି।  ସେ ବିକାଶ ପର୍ବ ପାଇଁ ସବୁ ପ୍ରକାର ସାହାଯ୍ୟ କରିଛନ୍ତି। କେବଳ ସେ ଉପସ୍ଥିତ ରହିବେ ନାହିଁ।”

ସେ ଆହୁରି କହିଛନ୍ତି, “ଆମ ଦଳ ଦୁଇ ବର୍ଷ ଭିତରେ କ’ଣ କାମ କରିଛି ଏନେଇ ଲୋକଙ୍କୁ ବିକାଶ ପର୍ବ ମାଧ୍ୟମରେ ସୂଚନା ଦିଆଯିବ। ଆଗାମୀ ଦିନରେ କେମିତି ଆଉ ଭଲ ଭାବେ ଆମେ କାର୍ଯ୍ୟ କରିବୁ ସେ ନେଇ ମଧ୍ୟ ଚର୍ଚ୍ଚା ହେବ। ରାଉରକେଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି। ପୁରୁଣାପାଣି ଖଣି ବନ୍ଦ ହୋଇଥିଲା ତାହା ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ରଜାମୁଣ୍ଡାରୁ ବୀରମିତ୍ରପୁର ଚାରି ଲେନ୍  ବିଶିଷ୍ଟ ହେବା ପାଇଁ ଟେଣ୍ଡର ହୋଇଯାଇଛି। ଏହା ୪୫ ଦିନ ମଧ୍ୟରେ କାମ ହେବାକୁ ଯାଉଛି। ତା’ସଙ୍ଗେସଙ୍ଗେ ରାଉରକେଲା ଏୟାର ସ୍ଟ୍ରିପ୍‌ରେ ପ୍ରତିଦିନ ପ୍ଲେନ୍‌ ଯିବା ଆସିବା କରୁଛି। ମୁଁ ମାନୁଛି ଯଦିଓ ହସ୍ପିଟାଲ କଲେଜ ହେବାରେ କିଛି ମାତ୍ରାରେ ବିଳମ୍ୱ ଘଟିଛି।  କିନ୍ତୁ  କେନ୍ଦ୍ର ସରକାର ଖୁବ ଶୀଘ୍ର ଏହାର ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟବସ୍ଥା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos