ବାଣୀବିହାର ଛାତ୍ର ଆନ୍ଦୋଳନ ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ, ବ୍ରେନ୍ ହାମରେଜ୍ ଯୋଗୁଁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ନିର୍ବାଚନ ବନ୍ଦ ନେଇ ବାଣୀବିହାରର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରୋକ କରିଥିବା ବେଳେ ପ୍ରାଣ ହରାଇଥିବା ସୁମନ ନାମକ ମହିଳାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ଶନିବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ସେ କହିଛନ୍ତି ଯେ ସୁମନଙ୍କର ବ୍ରେନ୍ ହାମରେଜ୍ ଯୋଗୁଁ ମୃତ୍ୟୁ ହୋଇଛି। ବ୍ରେନ୍ ହାମରେଜ୍ ଯୋଗୁଁ ମୁଣ୍ଡ ଭିତରେ ରକ୍ତସ୍ରାବ ହୋଇଥିଲା। ଅନ୍ୟପକ୍ଷରେ ସୁମନଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ […]

girldeath

girldeath

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 08:51 AM IST

Sports

Latest News

ଭୁବନେଶ୍ୱର: ନିର୍ବାଚନ ବନ୍ଦ ନେଇ ବାଣୀବିହାରର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରୋକ କରିଥିବା ବେଳେ ପ୍ରାଣ ହରାଇଥିବା ସୁମନ ନାମକ ମହିଳାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ଶନିବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ସେ କହିଛନ୍ତି ଯେ ସୁମନଙ୍କର ବ୍ରେନ୍ ହାମରେଜ୍ ଯୋଗୁଁ ମୃତ୍ୟୁ ହୋଇଛି। ବ୍ରେନ୍ ହାମରେଜ୍ ଯୋଗୁଁ ମୁଣ୍ଡ ଭିତରେ ରକ୍ତସ୍ରାବ ହୋଇଥିଲା।

ଅନ୍ୟପକ୍ଷରେ ସୁମନଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ସେମାନେ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କମିଶନ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି ଏବଂ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କମିଶନ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶବବ୍ୟବଚ୍ଛେଦ ରିପୋର୍ଟ ନେଇ ସୁମନଙ୍କ ପରିବାର ଲୋକେ କହିଛନ୍ତି ଯେ ରାସ୍ତାରୋକ କରିଥିବା ଛାତ୍ରମାନେ ତାଙ୍କ କାର୍ ଆଡ଼କୁ ମାଡ଼ି ଆସିଥିଲେ। ଫଳରେ ସେ ଡରି ଯାଇଥିଲେ ଓ ମାନସିକ ଚାପ ପାଇଥିଲେ। ଅତ୍ୟଧିକ ମାନସିକ ଚାପ ଯୋଗୁଁ ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିଲା।

ସୁମନଙ୍କ ଘର ଜାମସେଦପୁରରେ। ସେ ଭୁବନେଶ୍ୱରରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିଲେ। ଏହା ପରେ ଉତକ୍ଷିପ୍ତ ଛାତ୍ରଛାତ୍ରୀ ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହିତ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେତେବେଳେ ସୁମନ ନିଜେ କାର ଚଳାଇ ଆଚର୍ଯ୍ୟ ବିହାରରୁ ବାଣୀବିହାର ଆଡ଼କୁ ଆସୁଥିଲେ। ରାସ୍ତାରେ ପିଲାମାନଙ୍କୁ ଦେଖି ସେ ଡରି ଯାଇଥିଲେ ଓ ୟୁଟର୍ଣ୍ଣ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ତା’ପରେ ସେ ଅଚେତ ହୋଇପଡ଼ିଲେ। ପାଖରେ ଥିବା ଲୋକେ ତାଙ୍କୁ ବନ୍ଦ କାର ଭିତରୁ ଉଦ୍ଧାର କରି କ୍ୟାପିଟାଲ୍ ହସପିଟାଲ୍ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ପରଦିନ ତାଙ୍କର ଶବବ୍ୟବଚ୍ଛେଦ କରାଯାଇଥିଲା।

ଏହି ଘଟଣାକୁ ନେଇ ସୁମନଙ୍କ ପରିବାର ଲୋକ ସହୀଦ ନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ସୁମନଙ୍କ ମୃତ୍ୟୁ ପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଓ ପୁଲିସକୁ ଦାୟୀ କରିଛନ୍ତି ସେମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos