ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୧ତମ ଜନ୍ମ ଦିନ। କିନ୍ତୁ ନବୀନ ଜନ୍ମ ଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନବୀନ ଏଥର ଜନ୍ମ ଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ଓ ତା’ ସହ ଶୁଭେଚ୍ଛୁ ଏବଂ ସମର୍ଥକମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ନିବେଦନ କରିଛନ୍ତି।