ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ କାର୍ନିଭାଲ୍ ଆୟୋଜିତ

ଭୁବନେଶ୍ୱର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ହୋଟେଲ ଆଣ୍ଡ୍ ରେସ୍ତୁରାଁ ଆସୋସିଏଶନର ମିଳିତ ସହଯୋଗରେ ଭୁବନେଶ୍ୱରରେ କାର୍ନିଭାଲ୍ ଆୟୋଜିତ ହୋଇଛି। ମାଷ୍ଟର କ୍ୟାଣ୍ଟିନଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି କାର୍ନିଭାଲ୍ ଯାଇଥିଲା । ରାଜ୍ୟପାଳ ଏସ.ସି ଜମିର୍ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ନିଭାଲରେ ବିଭିନ୍ନ ପ୍ରଜ୍ଞାପନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଇକ ଓ ଭିଣ୍ଟେଜ କାର୍ ରାଲି ଆଦି ଆୟୋଜିତ ହୋଇଥିଲା। […]

bhu

bhu

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 07:11 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ହୋଟେଲ ଆଣ୍ଡ୍ ରେସ୍ତୁରାଁ ଆସୋସିଏଶନର ମିଳିତ ସହଯୋଗରେ ଭୁବନେଶ୍ୱରରେ କାର୍ନିଭାଲ୍ ଆୟୋଜିତ ହୋଇଛି। ମାଷ୍ଟର କ୍ୟାଣ୍ଟିନଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି କାର୍ନିଭାଲ୍ ଯାଇଥିଲା । ରାଜ୍ୟପାଳ ଏସ.ସି ଜମିର୍ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ନିଭାଲରେ ବିଭିନ୍ନ ପ୍ରଜ୍ଞାପନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଇକ ଓ ଭିଣ୍ଟେଜ କାର୍ ରାଲି ଆଦି ଆୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos