ବିଜେଡିର କାଉଣ୍ଟର ଆଟାକ୍‌: କହିଲା- ଜୁଏଲ ମିଛ ନିର୍ବାଚନ ଖର୍ଚ୍ଚ ଦର୍ଶେଇଛନ୍ତି

ଭୁବନେଶ୍ୱର: ନିର୍ବାଚନ ଖର୍ଚ୍ଚ ସତ୍ୟପାଠକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଟାକ୍‌ ଓ କାଣ୍ଟର ଆଟାକ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚକୁ ନେଇ ବିଜେପି ଆଟାକ୍‌ କରିବା ପରେ ବିଜେଡି ଆପଣେଇଛି ସମାନ ରଣନୀତି। ବିଜେଡି ଟାର୍ଗେଟ୍‌କୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଜୁଏଲ ନିର୍ବାଚନ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଛି ବିଜେଡି। ଏନେଇ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ସାମ୍ବାଦିକ […]

pinaki

pinaki

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 08:07 PM IST

Sports

Latest News

ଭୁବନେଶ୍ୱର: ନିର୍ବାଚନ ଖର୍ଚ୍ଚ ସତ୍ୟପାଠକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଟାକ୍‌ ଓ କାଣ୍ଟର ଆଟାକ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚକୁ ନେଇ ବିଜେପି ଆଟାକ୍‌ କରିବା ପରେ ବିଜେଡି ଆପଣେଇଛି ସମାନ ରଣନୀତି। ବିଜେଡି ଟାର୍ଗେଟ୍‌କୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଜୁଏଲ ନିର୍ବାଚନ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଛି ବିଜେଡି। ଏନେଇ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ପିନାକୀ ମିଶ୍ର ଜୁଏଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- “ଜୁଏଲଙ୍କ ସତ୍ୟପାଠରେ ଦିଆଯାଇଥିବା ଖର୍ଚ୍ଚର ହିସାବରେ ତାଳମେଳ ନାହିଁ। ଜୁଏଲ୍ ତାଙ୍କ ସତ୍ୟପାଠର ସିଡ୍ୟୁଲ୍‌ ୯ରେ ଚେକ୍ ମାଧ୍ୟମରେ ୭ ଲକ୍ଷ ୨୭ ହଜାର ୭୮ ଟଙ୍କା ଓ କ୍ୟାସ୍ ମାଧ୍ୟମରେ ୨୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି। କିନ୍ତୁ ତାଙ୍କର ନିର୍ବାଚନୀ ଖର୍ଚ୍ଚ ବାବଦ ବିସ୍ତୃତ ବିବରଣୀରେ ଯାହା ଦର୍ଶାଇଛନ୍ତି, ସେଥିରେ ତାଳମେଳ ରହୁନି । ଜୁଏଲ୍ ତାଙ୍କ ସତ୍ୟପାଠରେ ନିଜସ୍ୱ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ନିଲ୍ ବୋଲି ଦର୍ଶାଇଛନ୍ତି।”

କେବଳ ଜୁଏଲ୍ ନୁହନ୍ତି, ଆଗକୁ ଆଉ କିଛି ବିଜେପି ସାଂସଦଙ୍କର ସତ୍ୟପାଠରେ ଫରକ ପ୍ରସଙ୍ଗ ଉଠାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

ତେବେ ବିଜେଡିର ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି- “ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଜୁଏଲ ବାବୁଙ୍କ ବିରୋଧରେ ବିଜେଡି ମିଥ୍ୟା ଅଭିଯୋଗ ଆଣିଛି।”

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତାକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos