କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣା ପରେ ବିଜେଡି ବିଚଳିତ

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣା ବିଜେଡିକୁ ବିଚଳିତ କରି ଦେଇଛି। ଏଭଳି ପ୍ରତିବାଦ ପାଇଁ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ନ ଥିଲା ବୋଲି ଗତକାଲି ଠାରୁ ଦଳ ସଫେଇ ଦେଇ ଚାଲିଛି। ଏହି ଘଟଣାରେ ଦଳ ବଦମାନ ହୋଇ ସାରିଥିବା ବେଳେ ଏବେ ଦଳୀୟ ନେତୃବୃନ୍ଦ ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ବରଗଡ଼ ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାରେ ରହିଛି। କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ବିଜେଡିର ସୁଚିନ୍ତିତ ରଣନୀତି ଥିଲା […]

bjp-bjd

bjp-bjd

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 10:03 PM IST

bjp-bjdଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣା ବିଜେଡିକୁ ବିଚଳିତ କରି ଦେଇଛି। ଏଭଳି ପ୍ରତିବାଦ ପାଇଁ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ନ ଥିଲା ବୋଲି ଗତକାଲି ଠାରୁ ଦଳ ସଫେଇ ଦେଇ ଚାଲିଛି। ଏହି ଘଟଣାରେ ଦଳ ବଦମାନ ହୋଇ ସାରିଥିବା ବେଳେ ଏବେ ଦଳୀୟ ନେତୃବୃନ୍ଦ ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି।

ବରଗଡ଼ ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାରେ ରହିଛି। କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ବିଜେଡିର ସୁଚିନ୍ତିତ ରଣନୀତି ଥିଲା କି ? ଏହା ବିଜେଡି ପାଇଁ ବୁମେରାଂ ହେବ କି ଆଦି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜଧାନୀରେ ବିଜେଡିର ବରିଷ୍ଠ ନେତାମାନେ ଏହି ଘଟଣାରେ ବିଜେଡି ସମ୍ପୃକ୍ତ ନ ଥିବା କହୁଛନ୍ତି। ମାତ୍ର ଘଟଣା ଘଟିବା ପରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବିଜୟ ଉତ୍ସବ ମନାଇବା ଦେଖିବାକୁ ମିଳିଥିଲା, ଯାହା ବିଜେଡିର ସମ୍ପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଦଳ ତରଫରୁ କି ଦଳର ସୁପ୍ରିମୋଙ୍କ ତରଫରୁ ଏପରି କିଛି ନିର୍ଦ୍ଦେଶ ନ ଥିଲା। ମୁଖ୍ୟମନ୍ତ୍ରୀ କେବେ ଏଭଳି ଘଟଣାକୁ ପସନ୍ଦ କରନ୍ତି ନାହିଁ। କାହିଁକି ଏପରି ଘଟଣା ଘଟିଲା ଆମ ଜିଲ୍ଲା ସଭାପତି ସେ ବିଷୟରେ କହିବେ।”

ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, “ବରଗଡ଼ ଏକ ଚାଷୀ ଓ ବୁଣାକାର ବହୁଳ ଜିଲ୍ଲା। କେନ୍ଦ୍ର ସରକାର ଆମ ଜିଲ୍ଲାର ଚାଷୀ ଓ ବୁଣାକାରଙ୍କ ପାଇଁ କିଛି କରିନାହିଁ। ତେଣୁ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ଆମେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ସହ ପଳାପତକା ଦେଖାଇ ଥିଲୁ।”

ଅନ୍ୟପକ୍ଷରେ ଏହି ଘଟଣା ପରେ ବିଜେପି ତା’ର ଆଭିମୁଖ୍ୟ କଠୋର କରିଛି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଘଟଣାକୁ ଦୃଢ ନିନ୍ଦା କରିବା ସହ କହିଛନ୍ତି, “ଏପରି ଘଟଣା ଅତନ୍ତ ଦୁର୍ଭାଗ୍ୟଜନକ। ଏପରି ଘଟଣା ଆଉ ଥରେ ଦୁଇ ଥର ଘଟିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବାର ସମ୍ଭାବନା ସୃଷ୍ଟି ହେବ।”

ଆଜି ଓଡ଼ିଶା ଆସିଥିବା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ କହିଛନ୍ତି, “ଏଠାରେ ଯେପରି କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କରାଗଲା ସାରା ଦେଶରେ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ। ବିହାରରେ ରାଜନୈତିକ ମତାନ୍ତର ଚରମସୀମାରେ ରହିଛି। ହେଲେ ସେଠାରେ କେବେ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କରାଯାଇନାହିଁ। ଏଠାରେ ତ ଗୁଣ୍ଡାରାଜ ବିହାରଠାରୁ ବଳି ଯାଇଛି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ଓଡ଼ିଶାରେ ସେମିତି କିଛି ସ୍ଥିତି ଉପୁଜିନି ଯେ ରାଷ୍ଟ୍ରପତି ଶାସନ ଜାରି କରାଯିବ। ଯେଉଁମାନେ ହିଂସାର ଆଶ୍ରୟ ନେଇଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏହି ଘଟଣାକୁ କେନ୍ଦ୍ର କରି ଓଡ଼ିଶା ବିହାରକୁ ଟପି ଗଲା କହିବା ଠିକ୍‌ ନୁହେଁ।”

ଓସ୍କାର ଚିଟ୍‌ଫଣ୍ଡ ଓ ଓଲିଉଡ ଲିଙ୍କରେ ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସ ନାୟକ ଓ ବିଧାୟକ ପ୍ରାର୍ଥୀ ପପୁ ପମ୍‌ପମ୍‌ ଏବଂ ଡାକ୍ତର ମୋତିଲାଲ ମାମଲାରେ କିଛି ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଦଳକୁ ଅଡୁଆରେ ପକାଇଥିବା ବେଳେ ବରଗଡ଼ ଘଟଣା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos