କଂଗ୍ରେସ ସହ ମେଣ୍ଟ ପ୍ରସଙ୍ଗ: ବୈଜୟନ୍ତ କହିଲେ- ଗ୍ରହଣ କରିବା କଷ୍ଟକର ହେବ

ଭୁବନେଶ୍ୱର: କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେଡି-କଂଗ୍ରେସ ମେଣ୍ଟ ମନ୍ତବ୍ୟକୁ ନେଇ ଟ୍ୱିଟ୍ ଜରି‌ଆରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ଏପରି ମେଣ୍ଟକୁ ଗ୍ରହଣ କରିବା କଷ୍ଟ।” ସେ କଂଗ୍ରେସର ନାଁ ନ ନେଇ ଲେଖିଛନ୍ତି, ୮୦ ଓ ୯୦ ଦଶକରେ ସେମାନଙ୍କ ଦ୍ୱାରା ଓଡ଼ିଶାକୁ ହୋଇଥିବା ବିରାଟ କ୍ଷତିକୁ ସଜାଡ଼ିବା ପାଇଁ ଆମେ ଯେଉଁମାନେ ବିଜେଡି ପ୍ରତିଷ୍ଠାରେ ସହାୟତା କରିଥିଲୁ ସେମାନଙ୍କ ପାଇଁ ଏହି ମେଣ୍ଟକୁ ଗ୍ରହଣ କରିବା […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 10:02 AM IST

Sports

Latest News

nnଭୁବନେଶ୍ୱର: କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେଡି-କଂଗ୍ରେସ ମେଣ୍ଟ ମନ୍ତବ୍ୟକୁ ନେଇ ଟ୍ୱିଟ୍ ଜରି‌ଆରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ଏପରି ମେଣ୍ଟକୁ ଗ୍ରହଣ କରିବା କଷ୍ଟ।”

ସେ କଂଗ୍ରେସର ନାଁ ନ ନେଇ ଲେଖିଛନ୍ତି, ୮୦ ଓ ୯୦ ଦଶକରେ ସେମାନଙ୍କ ଦ୍ୱାରା ଓଡ଼ିଶାକୁ ହୋଇଥିବା ବିରାଟ କ୍ଷତିକୁ ସଜାଡ଼ିବା ପାଇଁ ଆମେ ଯେଉଁମାନେ ବିଜେଡି ପ୍ରତିଷ୍ଠାରେ ସହାୟତା କରିଥିଲୁ ସେମାନଙ୍କ ପାଇଁ ଏହି ମେଣ୍ଟକୁ ଗ୍ରହଣ କରିବା କଷ୍ଟକର ହେବ।

ଗତକାଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଖୋଲାଖୋଲି ଭାବେ କଂଗ୍ରେସର ସହଯୋଗ ନେଇ ମତ ରଖିଥିଲେ। ତାହା ସହ ୧୪୭ ନିର୍ବାଚନ ମଣ୍ଡଳୀ ଭିତରୁ ଯେଉଁଠି କଂଗ୍ରେସ ଜିତିବାର ସମ୍ଭାବନା ରହିଛି ତା’ଉପରେ ପ୍ରସ୍ତାବ ଆସିଲେ ବିଚାର କରାଯାଇପାରେ ଏବଂ ବିଜେପିର ମିଶନ୍-୧୨୦କୁ ରୋକିବା ପାଇଁ  ଅନ୍ୟ ଦଳ ଏକାଠି ହେବା ଦରକାର ବୋଲି କହିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos