ପ୍ରତିଷ୍ଠା ଦିବସକୁ ଚାଷୀଙ୍କ ପାଇଁ ଉତ୍ସର୍ଗ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ବିଜୁ ଜନତା ଦଳ ପାଳନ କରିବ ତା’ର ୧୮ ତମ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ରାଜ୍ୟରେ ମରୁଡ଼ି ଏବଂ ଚାଷୀ ମୃତ୍ୟୁ ସମସ୍ୟା ପାଇଁ ଦଳ ପ୍ରତିଷ୍ଠା ଦିବସ ଉତ୍ସବକୁ ନିରାଡ଼ମ୍ୱର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପ୍ରତିଷ୍ଠା ଦିବସକୁ ଚାଷୀମାନଙ୍କ ପାଇଁ ଉତ୍ସଗ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଏ ବର୍ଷ ଦଳର ପ୍ରତିଷ୍ଠା […]

surjyapatra

surjyapatra

Rakesh Mallick
  • Published: Friday, 25 December 2015
  • Updated: 26 December 2015, 02:31 AM IST

Sports

Latest News

surjyapatraଭୁବନେଶ୍ୱର: ଆସନ୍ତାକାଲି ବିଜୁ ଜନତା ଦଳ ପାଳନ କରିବ ତା’ର ୧୮ ତମ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ରାଜ୍ୟରେ ମରୁଡ଼ି ଏବଂ ଚାଷୀ ମୃତ୍ୟୁ ସମସ୍ୟା ପାଇଁ ଦଳ ପ୍ରତିଷ୍ଠା ଦିବସ ଉତ୍ସବକୁ ନିରାଡ଼ମ୍ୱର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପ୍ରତିଷ୍ଠା ଦିବସକୁ ଚାଷୀମାନଙ୍କ ପାଇଁ ଉତ୍ସଗ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଏ ବର୍ଷ ଦଳର ପ୍ରତିଷ୍ଠା ଦିବସ ଜିଲ୍ଲା ସ୍ତରରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। ଉତ୍ସବରେ ଦଳର କର୍ମକର୍ତ୍ତା, ସମର୍ଥକ, ଜିଲ୍ଲା କମିଟି ସଦସ୍ୟ ଓ ଜିଲ୍ଲାର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଏଥର ଦଳର ପ୍ରତିଷ୍ଠା ଦିବସକୁ ରାଜ୍ୟର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କାରଣ ଚଳିତ ବର୍ଷ ରାଜ୍ୟରେ ଭୟଙ୍କର ମରୁଡ଼ି ପଡ଼ିଛି ଓ ଚାଷୀକୁଳ ଅତ୍ୟନ୍ତ ଦୁଃଖରେ ଅଛନ୍ତି। ସେହିପରି ଉତ୍ସବରେ ବିଶେଷ କରି ଚାଷୀମାନଙ୍କ ଉପରେ ହିଁ ଆଲୋଚନା କରାଯିବ। ଅନ୍ୟାନ୍ୟ ସବୁ ବିଷୟରେ ଆଲୋଚନା କରାଗଲେ ମଧ୍ୟ ଫୋକସରେ ରହିବ ଚାଷୀ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଚାଷୀମାନଙ୍କୁ ମରୁଡ଼ିରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ଦିଆଯାଇଛି। ଏଗ୍ରିକଲଚର ଇନପୁଟ୍ ସବସିଡିଠାରୁ ଆରମ୍ଭ କରି ରବି ଚାଷ ପାଇଁ ଋଣ ଆଦି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଉତ୍ସବରେ ଦଳର କର୍ମକର୍ତ୍ତାଙ୍କୁ ଏ ସଂପର୍କରେ ଅବଗତ କରାଯିବ। ସେମାନେ ଗାଁଗଣ୍ଡାକୁ ଯାଇ ଏସଂପର୍କରେ ଲୋକଙ୍କୁ ସଚେତନ କରାଇବେ। ଚାଷୀମାନଙ୍କୁ ଆଶ୍ୱାସନା ଦେବେ। ଯେଉଁ ଅଫିସରମାନେ ଏହି ସବୁ ସୁବିଧାଗୁଡ଼ିକୁ ଚାଷୀମାନଙ୍କୁ ଦେଉ ନାହାନ୍ତି ସେମାନଙ୍କୁ ତାଗିଦ କରିବେ।

ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକରେ ଯେହେତୁ ଚାଷୀଙ୍କ ଉପରେ ମୁଖ୍ୟତଃ ଆଲୋଚନା ହେବ, ତେଣୁ କେନ୍ଦ୍ରୀୟ ଅବହେଳା କଥା ବି ଉଠିବ। କାରଣ ଚାଷୀମାନେ ବି ଜାଣିବା ଦରକାର କିଏ ସେମାନଙ୍କୁ ସହଯୋଗ କରୁଛି। କେନ୍ଦ୍ର ସରକାର ମରୁଡ଼ି ନେଇ ଏ ପର୍ଯ୍ୟନ୍ତ କିଛି ବି ସାହାଯ୍ୟ ଯୋଗାଇ ଦେଇ ନାହିଁ।

୧୫ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜେଡିରେ କିଛିଦିନ ହେଲା ଅର୍ନ୍ତଦ୍ୱନ୍ଦ୍ୱ ବଢ଼ିଛି। ଜନସମ୍ପର୍କ ପଦଯାତ୍ରା ବେଳେ ଦଳୀୟ କନ୍ଦଳ ପଦାରେ ପଡ଼ିଥିଲା। ଅର୍ନ୍ତଦ୍ୱନ୍ଦ୍ୱକୁ ପ୍ରଶମିତ କରିବା, ବିରୋଧୀଙ୍କ ଦୃଢ଼ ମୁକାବିଲା, ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଗୁଡ୍ ଗଭର୍ଣ୍ଣାସ୍ ଆଗକୁ ଦଳ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos