ବିଜେଡିରୁ ଜୟରାମ ପାଙ୍ଗି ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳାକୁ ନେଇ ତାଙ୍କୁ ନିଲମ୍ବନ କରାଯାଇଛି। ଆଜି ଜିଲ୍ଲା ପରିଷଦ ନିର୍ବାଚନ ବେଳେ ପାଙ୍ଗି ଓ ରବି ନାରାୟଣ ନନ୍ଦଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଦଳୀୟ ପତାକା ପୋଡ଼ା ଯିବା ସହ ନବୀନ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା। ପାଙ୍ଗି […]

pangi

pangi

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 11:00 PM IST

Sports

Latest News

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳାକୁ ନେଇ ତାଙ୍କୁ ନିଲମ୍ବନ କରାଯାଇଛି।

ଆଜି ଜିଲ୍ଲା ପରିଷଦ ନିର୍ବାଚନ ବେଳେ ପାଙ୍ଗି ଓ ରବି ନାରାୟଣ ନନ୍ଦଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଦଳୀୟ ପତାକା ପୋଡ଼ା ଯିବା ସହ ନବୀନ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା।

ପାଙ୍ଗି ଅଭିଯୋଗ କରିଥିଲେ,“ଡୁମୁରୀ ଖିଲଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରାଇ ନ ଦେବାକୁ ଅର୍ଥ କାରବାର ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ତେଜେଶ୍ୱର ପରିଡା, ରବି ନାରାୟଣ ନନ୍ଦ, ଝିନ୍ନ ହିକକା ଏବଂ ପ୍ରଫୁଲ୍ଲ ପାଙ୍ଗି ଅର୍ଥ ନେଇ ଏହି ଷଡଯନ୍ତ୍ର କରିଛନ୍ତି। ରାଜ୍ୟସଭା ସାଂସଦ ଭାସ୍କର ରାଓ ଏହି ଅର୍ଥ କାରବାର କରିଛନ୍ତି।”

ପାଙ୍ଗିଙ୍କ ନିଲମ୍ବନ ନେଇ ରବି ନନ୍ଦ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଆମେ ସମସ୍ତେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଛୁ। ଜିଲ୍ଲା ସଭାପତି ଯେପରି ଭାବେ ଚରିତ୍ର ସଂହାର କଲେ ଗ୍ରହଣୀୟ ନୁହେଁ। ଏହା ରାଜନୈତିକ ଅପରିପକ୍ୱତାର ପରିଚୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos