ଆଜିଠୁ ବିଜେଡିର କର୍ମୀ ସମ୍ମିଳନୀ

ଭୁବନେଶ୍ୱର: ବିଜେଡିର ଆଜିଠୁ ତୃଣମୂଳ ସ୍ତରୀୟ କର୍ମୀ ସମ୍ମିଳନୀ ଆରମ୍ଭ ହେଉଛି। ରାସନକାର୍ଡ ଅନିୟମିତତାକୁ ନେଇ ଦଳ ଅଡୁଆରେ ପଡ଼ିଥିବା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ଏପରି ରଣନୀତି ପ୍ରସ୍ତୁତ କରିଛି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକୃତ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି କର୍ମୀ ସମ୍ମିଳନୀ ଜରିଆରେ ଦଳ କେନ୍ଦ୍ରୀୟ ଅବହେଳା ନେଇ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। କର୍ମୀ ସମ୍ମିଳନୀର ଫଟୋ ଓ ଭିଡିଓ ସିଡି ଦଳୀୟ ମୁଖ୍ୟାଳୟକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।