ବିଜେଡି ଆଇନ ସାମ୍ମୁଖ୍ୟରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଜେଡି କାର୍ଯ୍ୟାଳୟରେ ବିଜେଡି ଆଇନ ସାମ୍ମୁଖ୍ୟ କାର୍ଯ୍ୟକାରିଣୀ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରୁଛନ୍ତି। କେବିକେ ଅଞ୍ଚଳର ବିକାଶ ପାଇଁ ଆସୁଥିବା ଅନୁଦାନ ବନ୍ଦ କରାଯାଇଛି।”

ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି,“ରାଜ୍ୟ ସରକାର ଚାଲବାଜି କରୁଛନ୍ତି। ଲୋକଙ୍କୁ ଭୁଲାଇବା ପାଇଁ ଏପରି ପ୍ରସଙ୍ଗ ଉଠାଇଛନ୍ତି। ଆଦିବାସୀ ଓ ଦଳିତଙ୍କ ସମସ୍ୟା ସମାଧାନରେ ରାଜ୍ୟ ସରକାର ବିଫଳ ହୋଇଛି।”