ସିସୋର ଚିଟଫଣ୍ଡ ମାମଲା: ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ

କଟକ: ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାର ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ଗତକାଲି ବିଳମ୍ବିତ ରାତିରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇପାରେ। ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିପାରେ। ପୂର୍ବରୁ ପ୍ରଭାତଙ୍କୁ ଏକାଧିକ ଥର ସିବିଆଇ ଜେରା କରିଥିଲା। ଏହାସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ପ୍ରଭାତ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 09:44 AM IST

Sports

Latest News

କଟକ: ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାର ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ଗତକାଲି ବିଳମ୍ବିତ ରାତିରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇପାରେ। ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିପାରେ। ପୂର୍ବରୁ ପ୍ରଭାତଙ୍କୁ ଏକାଧିକ ଥର ସିବିଆଇ ଜେରା କରିଥିଲା। ଏହାସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ।

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ପ୍ରଭାତ ଏକ ଜମି କିଣାବିକା କରିଥିଲେ।  ଗତ ନଭେମ୍ବର୨୬ ତାରିଖରେ ସିବିଆଇ ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଥିଲା।

ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ମାଗିଥିବା କାଗଜପତ୍ର ତାଙ୍କ ମାଧ୍ୟମରେ ପଠାଇ ଦିଆଯାଇଥିଲା ବୋଲି ପ୍ରଭାତ କହିଥିଲେ।

୨୦୧୪  ନଭେମ୍ବରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସିସୋର ଲିଙ୍କରେ ଜେରା କରିଥିଲା ସିବିଆଇ। ଜେରାରୁ ବାହାରିବା ପରେ ପ୍ରଭାତ ବିଶ୍ୱାଳ କହିଥିଲେ, ଏକ ଜମି କାରବାର ସଂପର୍କରେ ସିବିଆଇ ପଚରାଉଚରା କରିଥିଲା। ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମି ବିକିଥିଲେ। ସିବିଆଇ ସନ୍ଦେହ କରିଥିଲା ପ୍ରକୃତରେ ସିସୋର ଗ୍ରୁପକୁ ଜମି ବିକ୍ରି କରାଯାଇ ନଥିଲା। ପ୍ରଭାତ ବିଶ୍ୱାଳ ସିସୋର ଗ୍ରୁପରୁ ଟଙ୍କା ନେଇଥିଲେ। ସେହି ଟଙ୍କାକୁ ଠିକ୍ ଦର୍ଶାଇବାକୁ ଜମି କାରବାରର କାଗଜପତ୍ର ପରେ ପ୍ରସ୍ତୁତ କରାଯାଇଥିବା ସିବିଆଇ ସନ୍ଦେହ କରିଥିଲା।

ପ୍ରଭାତ ଓ ଲକ୍ଷ୍ମୀ ବିଳାସିନୀଙ୍କ ବ୍ୟାଙ୍କ କାରବାର ମଧ୍ୟ ଯାଞ୍ଚ କରିଥିଲା ସିବିଆଇ। ଚଳିତବର୍ଷ ଜାନୁଆରୀରେ ପ୍ରଭାତ ବିଶ୍ୱାଳଙ୍କ ସହିତ ସଂପର୍କ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ସେମାନେ କହିଥିଲେ ଯେ, ୨୦୧୨ରେ ପ୍ରଭାତଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେଇଥିଲେ। ତେବେ ସିବିଆଇର ସନ୍ଦେହ ହେଉଛି, ଏହି କଣ୍ଟ୍ରାକ୍ଟରଙ୍କ ଜରିଆରେ ସିସୋରଠାରୁ ଟଙ୍କା ନେଇଥିଲେ ଲକ୍ଷ୍ମୀ ବିଳାସିନୀ।

ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ସିସୋର-ପ୍ରଭାତ ବିଶ୍ୱାଳ ଲିଙ୍କରେ ରାଜ୍ୟର ୩୬ଟି ସ୍ଥାନରେ ଚଢ଼ାଉ କରିଥିଲା। ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ହୋଇଥିଲା।ଏହି ଚଢାଉ ବେଳେ  ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story