ପ୍ରଭାତ ବିଶ୍ୱାଳଙ୍କ ଜାମିନ୍ ଆବେଦନ ଖାରଜ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ଥରେ ଝଟକା ମିଳିଛି। ତାଙ୍କ ଜାମିନ ଆବେଦନ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଖାରଜ ହୋଇଯାଇଛି। ମାମଲାର ଗୁରୁତ୍ୱ ଓ ବର୍ତମାନ ପରିପେକ୍ଷୀରେ ସିବିଆଇର ତଦନ୍ତକୁ ବିଚାର କରି କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୂର୍ବରୁ ତଳକୋର୍ଟରେ ପ୍ରଭାତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।
ସିସୋର୍ ଚିଟଫଣ୍ଡ୍ ଲିଙ୍କ ମାମଲାରେ ଗିରଫ ହେବା ପରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଏବେ ଏସ୍ସିବି ଟ୍ରମା କେୟାର ଆଇସିୟୁରେ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।