ଜୁଏଲଙ୍କ ବିସ୍ଫୋରକ ବୟାନ; ଭାଙ୍ଗିରୁଜି ଯିବ ବିଜେଡି, ବିଜେପିକୁ ଆସିବାକୁ ଅନେକ ନେତା ଆଗ୍ରହୀ

ଭୁବନେଶ୍ୱର:  ବିଜେପିରେ ମିଶିବା ଲାଗି ବିଜେଡିର ଅନେକ ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଆଗ୍ରହୀ ଅଛନ୍ତି। ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ବିଜେଡି ନେତା ବିଜେପିକୁ ଆସିବାକୁ  କଥାବାର୍ତ୍ତା ଚଳାଇଛନ୍ତି।  ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି,“ଆମେ ବିଜେଡିକୁ ଭଙ୍ଗାରୁଜା କରୁ ନାହୁଁ। ସେମାନେ ଆପେ ଆପେ ଭାଙ୍ଗିରୁଜି ଯିବେ।” ଜୁଏଲ ଆହୁରି କହିଛନ୍ତି,“୧୯୯୬-୯୭ର […]

jwel

jwel

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 06:58 PM IST

Sports

Latest News

ଭୁବନେଶ୍ୱର:  ବିଜେପିରେ ମିଶିବା ଲାଗି ବିଜେଡିର ଅନେକ ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଆଗ୍ରହୀ ଅଛନ୍ତି। ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ବିଜେଡି ନେତା ବିଜେପିକୁ ଆସିବାକୁ  କଥାବାର୍ତ୍ତା ଚଳାଇଛନ୍ତି।  ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ।

ସେ କହିଛନ୍ତି,“ଆମେ ବିଜେଡିକୁ ଭଙ୍ଗାରୁଜା କରୁ ନାହୁଁ। ସେମାନେ ଆପେ ଆପେ ଭାଙ୍ଗିରୁଜି ଯିବେ।”

ଜୁଏଲ ଆହୁରି କହିଛନ୍ତି,“୧୯୯୬-୯୭ର ଜନତା ଦଳର ସ୍ଥିତି ବିଜେଡିର ଉପୁଜିଛି। ଇତିହାସର ପୁନାବୃତ୍ତି ଘଟିବାକୁ ଯାଉଛି।”

“୧୯୯୬-୯୭ର ଜନତା ଦଳର ସ୍ଥିତି ବିଜେଡିର ଉପୁଜିଛି। ଇତିହାସର ପୁନାବୃତ୍ତି ଘଟିବାକୁ ଯାଉଛି”

କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ମନ୍ତବ୍ୟକୁ ନେଇ ବିଜେଡି କଡ଼ା ଜବାବ ଦେଇଛି।  ବିଜେଡିର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“କେନ୍ଦ୍ରମନ୍ତ୍ରୀଙ୍କ କଥା ଏକ କାହାଣୀ ପରି ଲାଗୁଛି। ବିଜେପିର ମନ୍ତ୍ରୀ ପ୍ରଚାର କରିବାକୁ ଚାହୁଁଛନ୍ତି।”

ସେ କହିଛନ୍ତି,“ଏହି ଉକ୍ତିରେ ଓଡ଼ିଆରେ ଏକ ଢଗ ମନେ ପକାଇ ଦେଉଛି। ‘ମୋ ରାଣ ମୋତେ ଭଲ ପାଅ’। ଆମ ଦଳର କୌଣସି ସାଂସଦ ଓ  ବିଧାୟକ  ବିଜେପିରେ ମିଶିବେନି।”

ଜୁଏଲ ଓରାମଙ୍କୁ ଯୁକ୍ତିକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମୋ ଜାଣିବାରେ ଆମ ଦଳର କୌଣସି ସାଂସଦ ବା ବିଧାୟକ ବିଜେପିରେ ମିଶିବାର ସମ୍ଭାବନା ନାହିଁ।”

କଂଗ୍ରେସ କୋଷାଧ୍ୟକ୍ଷ ମହମ୍ମଦ ମୁକିମ୍‌ କହିଛନ୍ତି,“ବଜେପି ଶକ୍ତିଶାଳି ବୋଲି ହାୱା ସୃଷ୍ଟି କରାଯାଉଛି। ବାସ୍ତବରେ ତୃଣମୂଳ ସ୍ତରରେ ବିଜେପିର ସେମିତି କିଛି ସ୍ଥିତି ନାହିଁ। ବର୍ତ୍ତମାନ ସୁଦ୍ଧାର କଂଗ୍ରେସରୁ କେହି ଦଳ ଛାଡ଼ି ଯିବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos