ମହାନଦୀରେ ପ୍ରକଳ୍ପ ନିର୍ମାଣକୁ ବିରୋଧ: ଭୁବନେଶ୍ୱରରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣକୁ ବିରୋଧ କରି ଆଜି ଭୁବନେଶ୍ୱରରେ ବିକ୍ଷୋଭ ସହିତ ପ୍ରତିବାଦ ସଭା କରିଛି ବିଜୁ ଜନତା ଦଳ। ଦଳୀୟ ନେତା ଓ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ଶୋଭାଯାତ୍ରା କରି ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ପ୍ରତିବାଦ ସଭା କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା, ବିଧାୟକ ଓ କର୍ପୋରେଟରମାନେ ସାମିଲ ହୋଇଛନ୍ତି।

ମହାନଦୀ ପ୍ରସଙ୍ଗରେ  ଗତ ୨୫ ତାରିଖରୁ ସମ୍ବଲପୁରରୁ ବିଜେଡି ଆରମ୍ଭ କରିଛି ବିକ୍ଷୋଭ ଓ ପ୍ରତିବାଦ ସଭା। ଅଗଷ୍ଟ ୧୧ ତାରିଖ ଯାଏଁ ୧୫ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ।