ବିଜେଡିର ଶୁଭେଚ୍ଛୁ ଭାବେ ୧ ଲକ୍ଷ ଟଙ୍କା ଦାନ କରିଛି: ସବ୍ୟସାଚୀ

ଭୁବନେଶ୍ୱର/ବ୍ରହ୍ମପୁର: ବିଜେଡି ଆକାଉଣ୍ଟରୁ ଟଙ୍କା ନେଣ ଦେଣକୁ ନେଇ ବିବାଦ ବଢିବାରେ ଲାଗିଛି। ବ୍ରହ୍ମପୁରର ବ୍ୟବସାୟୀ ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଯାଇଥିବା ପ୍ରମାଣ ଓଟିଭିକୁ ମିଳିଛି। ଗତକାଲି ବିଜେଡି ଆକାଉଣ୍ଟ ସହିତ ତାଙ୍କର କୌଣସି ଦେଣନେଣ ହୋଇ ନ ଥିବା ବ୍ରହ୍ମପୁରର ସବ୍ୟସାଚୀ ପଣ୍ଡା ଦାବି କରିଥିବା ବେଳେ ଆଜି ଟଙ୍କା ପଠାଇ ଥିବା ସ୍ୱୀକାର କରିଛନ୍ତି। ବିଜେଡିର ଜଣେ ଶୁଭେଚ୍ଛୁ ଭାବରେ ଓ ନବୀନଙ୍କୁ ନିଜର ଆଦର୍ଶ ମାନୁଥିବାରୁ […]

bjd

bjd

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 09:04 PM IST

Sports

Latest News

bjdଭୁବନେଶ୍ୱର/ବ୍ରହ୍ମପୁର: ବିଜେଡି ଆକାଉଣ୍ଟରୁ ଟଙ୍କା ନେଣ ଦେଣକୁ ନେଇ ବିବାଦ ବଢିବାରେ ଲାଗିଛି। ବ୍ରହ୍ମପୁରର ବ୍ୟବସାୟୀ ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଯାଇଥିବା ପ୍ରମାଣ ଓଟିଭିକୁ ମିଳିଛି। ଗତକାଲି ବିଜେଡି ଆକାଉଣ୍ଟ ସହିତ ତାଙ୍କର କୌଣସି ଦେଣନେଣ ହୋଇ ନ ଥିବା ବ୍ରହ୍ମପୁରର ସବ୍ୟସାଚୀ ପଣ୍ଡା ଦାବି କରିଥିବା ବେଳେ ଆଜି ଟଙ୍କା ପଠାଇ ଥିବା ସ୍ୱୀକାର କରିଛନ୍ତି। ବିଜେଡିର ଜଣେ ଶୁଭେଚ୍ଛୁ ଭାବରେ ଓ ନବୀନଙ୍କୁ ନିଜର ଆଦର୍ଶ ମାନୁଥିବାରୁ ଏହି ଟଙ୍କା ଦାନ କରିଥିବା ସେ କହିଛନ୍ତି। ଗତକାଲି ଅଭିଯୋଗକୁ ସବ୍ୟସାଚୀ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିବା ବେଳେ ଆଜି ଟଙ୍କା ପଠାଇ ଥିବା ମାନିବା ପରେ ଏହି ଘଟଣା ଏବେ ଏହା ନୂଆ ମୋଡ଼ ନେଇଛି।

ଛତ୍ରପୁର ଆଇସିଆଇସି ବ୍ୟାଙ୍କରେ ବ୍ୟବସାୟୀ ସବ୍ୟସାଚୀଙ୍କର ଥିବା ଆକାଉଣ୍ଟରୁ ୨୦୧୪ ଏପ୍ରିଲ ୯ ତାରିଖରେ ୧ ଲକ୍ଷ ଟଙ୍କା ବିଜେଡି ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ତଥ୍ୟ ଓଟିଭିର ହସ୍ତଗତ ହୋଇଛି। ଏହା ଜଣାପଡିବା ପରେ ଗତକାଲି ଦେଇଥିବା ବୟାନକୁ ସବ୍ୟସାଚୀ ଆଜି ବଦଳାଇ ଦେଇଛନ୍ତି। ସବ୍ୟସାଚୀ କହିଛନ୍ତି, “ବିଜେଡିର ଜଣେ ଶୁଭେଚ୍ଛୁ ଭାବେ ମୁଁ ଏହି ଅର୍ଥ ଦାନ କରିଥିଲି। ବିଜେଡି ସହ ମୋର କୌଣସି ସମ୍ପର୍କ ନାହିଁ।”

ଗତକାଲି ଟଙ୍କା ପଠାଇବା ଘଟଣାକୁ ସବ୍ୟସାଚୀ ରୋକଠୋକ ମନା କରିଥିବା ବେଳେ ଆଜି କାହିଁକି ସ୍ୱୀକାର କଲେ ତାକୁ ନେଇ ପ୍ରଶ୍ନ ଉଠିଛି। କାହା ଚାପରେ ସବ୍ୟସାଚୀ ମିଛ କହିଥିଲେ? ଏହା ପଛରେ କି ରହସ୍ୟ ରହିଛି? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ କହିଛନ୍ତି, “ମୁଁ ଭାରତ ସରକାରଙ୍କୁ ତଦନ୍ତ କରିବାକୁ ଅନୁରୋଧ କରିଛି। ତଦନ୍ତ ହେଲେ ଯାହା ସତ ପଦାକୁ ଆସିବ। କିଏ କ’ଣ କହୁଛନ୍ତି ସେଥିରୁ କିଛି ମିଳିବ ନାହିଁ। ଅଭିଯୋଗର ତଦନ୍ତ ହେବା ଦରକାର।”

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଟଙ୍କା ଟ୍ରାନ୍ସଫର ଘଟଣାରେ ମୁଖ୍ୟମନ୍ତ୍ରୀ ସନ୍ଦେହ ପରିସରକୁ ଆସୁଛନ୍ତି। ଏହି ସନ୍ଦେହ ଦୂର କରିବାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ଏ ସବ୍ୟସାଚୀ ପଣ୍ଡା କିଏ ଓ ସେ ବିଜେଡି ଆକାଉଣ୍ଟକୁ କାହିଁକି ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।”

ବିଜେପିର ଏପରି ଦାବିକୁ ବିଜେଡି ପ୍ରତ୍ୟାଖାନ କରିଛି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ଯେଉଁ ଆକାଉଣ୍ଟ ଓ ଯାହାଙ୍କ ନାଁରେ ଡିପୋଜିଟ୍‌ ହୋଇଛି ବୋଲି କୁହାଯାଉଛି ସେ ଏପରି ଟ୍ରାନ୍ସଫର ହୋଇ ନ ଥିବା ଖୋଲାଖୋଲି ଭାବେ କହୁଛନ୍ତି। ଏବେ ଯେଉଁ କଥା ଉଠିଛି, ତାହାର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି। ବିଜେଡି ଆକାଉଣ୍ଟ ସମ୍ପର୍କରେ ବିଜେଡି କ୍ୟାସିୟର କିଛି କହିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos