ବିଜେଡିରୁ ବିଦା ହେଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଛନ୍ଦି ହୋଇ ବିବାଦୀ ହୋଇପଡିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପପୁ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ଦଳରୁ ବହିଷ୍କାର କରିଥିବା ଏକ ପ୍ରେସ ରିଲିଜରେ ଦଳ ପକ୍ଷରୁ ଦର୍ଶାଯାଇଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ବିଜେଡିରୁ ବହିଷ୍କାର ପରେ ଦଳର ଉପସଭାପତି ଦାମୋଦର ରାଉତ କହିଛନ୍ତି, “ଏତଲା […]

papu pam pam

papu pam pam

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 09:09 PM IST

Sports

Latest News

papu pam pamଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଛନ୍ଦି ହୋଇ ବିବାଦୀ ହୋଇପଡିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପପୁ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ଦଳରୁ ବହିଷ୍କାର କରିଥିବା ଏକ ପ୍ରେସ ରିଲିଜରେ ଦଳ ପକ୍ଷରୁ ଦର୍ଶାଯାଇଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି।

ବିଜେଡିରୁ ବହିଷ୍କାର ପରେ ଦଳର ଉପସଭାପତି ଦାମୋଦର ରାଉତ କହିଛନ୍ତି, “ଏତଲା ଓ ତଦନ୍ତ ପରେ ବହିଷ୍କାର ନ କରି କ’ଣ କରିଥାନ୍ତୁ। ଏତଲା ସତ ହୋଇଥିଲେ ପପୁଙ୍କୁ ତୁରନ୍ତ ଗିରଫ କରି ଜେଲ୍‌ ପଠାଯାଉ।”

ପ୍ରଥମେ ଓସ୍କାର ଚିଟ୍‌ଫଣ୍ଡ ମାମଲାରେ ପପୁ ଛନ୍ଦି ହୋଇଥିଲେ। ପରେ ତାଙ୍କ ବିରୋଦ୍ଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ମଙ୍ଗଳବାର କମିଶନରେଟ୍‌ ପୋଲିସ ତାଙ୍କୁ ଗିରଫ କରିବାକୁ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନକୁ ଯାଇ ପପୁ ଫେରାର ହୋଇଯାଇଥିବା ଓ ତାଙ୍କ ବାସଭବନରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲା।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପପୁଙ୍କୁ ଚମ୍ପୁଆରୁ ପାର୍ଥୀ କରିଥିଲା। ସାରା ରାଜ୍ୟରେ ବିଜେଡିର ହାୱା ଥିବା ବେଳେ ଚମ୍ପୁଆରେ କିନ୍ତୁ ସେ ଅମାନତ ହରାଇଥିଲେ।

ସେ ଜଣେ ଷ୍ଟାର ହୋଇଥିବାରୁ ବିଭିନ୍ନ ସଭା, ସମିତି ଓ ଦଳୀୟ ପ୍ରଚାରରେ ଲୋକଙ୍କୁ ଆକୃଷ୍ଟ କରିବାକୁ ବିଜେଡି ତାଙ୍କୁ ସାମିଲ କରୁଥିଲା।

କାଷ୍ଟିଂ କାଉଚ୍‌ ମାମଲାରେ ଛନ୍ଦି ହେବା ପରେ ପପୁ ଦଳ ପାଇଁ ବୋଝ ପାଲଟି ଯାଇଥିଲେ। ଏହି ଘଟଣାକୁ ନେଇ ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପି ଟାର୍ଗେଟ କରିଛନ୍ତି। ପପୁ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ଗିରଫ କରିବା  ଦାବିରେ ଯାଜପୁରର ମହିଳା ସଂଗଠନ ଉତ୍କଳ ମହିଳା ସମିତି ରାସ୍ତାକୁ ଓହ୍ଲାଇଛନ୍ତି। ପପୁଙ୍କ ଭୁବନେଶ୍ୱର ବାସଭବନ ପାଖ ଖଣ୍ଡଗିରି ଛକରେ ବିଜେପି ପକ୍ଷରୁ ମଧ୍ୟ ଆନ୍ଦୋଳନ କରାଯାଇଛି।

ମଙ୍ଗଳବାର ଉଭୟ କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ପପୁଙ୍କ ଗିରଫ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos