ବିଜେଡି ସହ ସମ୍ପର୍କକୁ ନେଇ ପରସ୍ପରକୁ ଦୋଷାରୋପ କଲେ ବିଜେପି, କଂଗ୍ରେସ

ଭୁବନେଶ୍ୱର: ବିଧାନସଭାରେ ନିଜ ନିଜ ଦାବିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଏପରି କି ଦୁଇଦଳ ସରସ୍ପରକୁ ବିଜେଡି ସହ ସମ୍ପର୍କ ରଖିଥିବା ନେଇ ଆକ୍ଷେପ କରିଛନ୍ତି। ଶୂନ୍ୟକାଳରେ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ ଆଦର୍ଶ ବିଦ୍ୟାଳୟ ନାମଲେଖା ପ୍ରସଙ୍ଗ ଉଠାଇବାକୁ ଚାହିଁଥିଲେ। ଏହି ସମୟରେ କଂଗ୍ରେସ ବିଧାୟକମାନେ ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ବଳାତ୍କର ଅଭିଯୋଗ ଉଠାଇ ଥିଲେ। ମୁଖ୍ୟମନ୍ତ୍ରୀ ଏଥିରେ ବିବୃତି ଦିଅନ୍ତୁ ବୋଲି କଂଗ୍ରେସ […]

kv-tara

kv-tara

Rakesh Mallick
  • Published: Monday, 28 March 2016
  • Updated: 28 March 2016, 04:01 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ନିଜ ନିଜ ଦାବିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଏପରି କି ଦୁଇଦଳ ସରସ୍ପରକୁ ବିଜେଡି ସହ ସମ୍ପର୍କ ରଖିଥିବା ନେଇ ଆକ୍ଷେପ କରିଛନ୍ତି।

ଶୂନ୍ୟକାଳରେ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ ଆଦର୍ଶ ବିଦ୍ୟାଳୟ ନାମଲେଖା ପ୍ରସଙ୍ଗ ଉଠାଇବାକୁ ଚାହିଁଥିଲେ। ଏହି ସମୟରେ କଂଗ୍ରେସ ବିଧାୟକମାନେ ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ବଳାତ୍କର ଅଭିଯୋଗ ଉଠାଇ ଥିଲେ। ମୁଖ୍ୟମନ୍ତ୍ରୀ ଏଥିରେ ବିବୃତି ଦିଅନ୍ତୁ ବୋଲି କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବାରୁ ସିଂହଦେଓଙ୍କୁ କହିବାକୁ ସୁଯୋଗ ମିଳି ନ ଥିଲା। ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ଉପରେ ସେ ଖପ୍ପା ହୋଇଯାଇଥିଲେ। କଂଗ୍ରେସ, ବିଜେଡି ମଧ୍ୟରେ ଭିତିରି ବୁଝାମଣା କରାଯାଇ ବିଜେପି ବିଧାୟକଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ସିଂହଦେଓ କହିଛନ୍ତି, “ସେମାନଙ୍କ ବ୍ୟବହାରରୁ ମୋତେ ଲାଗୁଛି ବିଜେଡି, କଂଗ୍ରେସ ଆମକୁ ଗୃହରେ କିଛି କହିବାକୁ ନ ଦେବା ଲାଗି ଭିତିରି ବୁଝାମଣା କରିଛନ୍ତି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ବିଜେପି, ବିଜେଡି ୧୦ବର୍ଷ ମିଶି ଶାସନ କରିଥିଲେ। ସେମାନଙ୍କ ମଧ୍ୟରେ ଭିତିରି ସମ୍ପର୍କ ରହିଛି। ଜଣେ ଛାତ୍ରୀଙ୍କୁ ଚଳନ୍ତା କାରରେ ବଳାତ୍କାର କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଦଳ ଏହାକୁ ଉଠାଇ ଥିଲା।”

ବିଜେଡି ବିଧାୟକ ଅନନ୍ତ ଦାସ କହିଛନ୍ତି, “ବିଜେଡି ଏହି ଦୁଇ ଦଳ ଠାରୁ ସବୁବେଳେ ସମାନ ଦୂରତା ରଖି ଆସିଛି। ଏଠାରେ କଂଗ୍ରେସ ଓ ବିଜେପି ଭାଇ ଭାଇ ପରି କାମ କରୁଛନ୍ତି।”

୨୫ ତାରିଖରେ କଟକରୁ ଭୁବନେଶ୍ୱରକୁ ଆସୁଥିବା ଏକ କାରରେ ଜଣେ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ। ପୋଲିସ ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ସଦସ୍ୟମାନେ ଅଭିଯୋଗ କରିଥିଲେ। ଯାହାକୁ ବିଜେଡି ଖଣ୍ଡନ କରିବା ସହ ଏପରି କିଛି ଘଟଣା ଘଟି ନ ଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos