ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବାକୁ ଅମିତ ଶାହାଙ୍କ ଆହ୍ୱାନ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ଓଡ଼ିଶା ଗସ୍ତ କରି ପଞ୍ଚାୟତ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି। ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ଆୟୋଜିତ ଜନଜାଗରଣ ମହାସମାବେଶରେ ଯୋଗଦେଇ ଶାହା ୧୭ ବର୍ଷର ଅପାରଗ ବିଜେଡି ସରକାରକୁ ମୂଳରୁ ଉପାଡ଼ି ଫିଙ୍ଗିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସିଥିବା ଏହି ସରକାର ଓଡ଼ିଶାବାସୀଙ୍କୁ ତଳିତଳାନ୍ତ କରି ଦେଇଥିବା ବେଳେ ଏବେ ରାଜ୍ୟରେ ପରିବର୍ତ୍ତନର ସମୟ ଆସିଛି ବୋଲି ସେ କହିଛନ୍ତି। ଶାହା […]

amitshah

amitshah

Rakesh Mallick
  • Published: Friday, 25 November 2016
  • Updated: 25 November 2016, 05:05 PM IST

amitshahଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ଓଡ଼ିଶା ଗସ୍ତ କରି ପଞ୍ଚାୟତ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି। ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ଆୟୋଜିତ ଜନଜାଗରଣ ମହାସମାବେଶରେ ଯୋଗଦେଇ ଶାହା ୧୭ ବର୍ଷର ଅପାରଗ ବିଜେଡି ସରକାରକୁ ମୂଳରୁ ଉପାଡ଼ି ଫିଙ୍ଗିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସିଥିବା ଏହି ସରକାର ଓଡ଼ିଶାବାସୀଙ୍କୁ ତଳିତଳାନ୍ତ କରି ଦେଇଥିବା ବେଳେ ଏବେ ରାଜ୍ୟରେ ପରିବର୍ତ୍ତନର ସମୟ ଆସିଛି ବୋଲି ସେ କହିଛନ୍ତି।

ଶାହା କହିଥିଲେ,“ଅଢେଇ ବର୍ଷ ଶାସନ କାଳରେ କେନ୍ଦ୍ର ସରକାର ବହୁତ କିଛି କରିଛନ୍ତି। ୧୭ ବର୍ଷ ଶାସନ କରି ନବୀନ ରାଜ୍ୟ ପାଇଁ କ’ଣ କରିଛନ୍ତି?”

ପାନୀୟଜଳଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ବିଦ୍ୟୁତ୍‌ ଓ ବେକାରୀ ସମସ୍ୟାକୁ ନେଇ ଅମିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ,“ବିଜେପି ଶାସିତ ରାଜ୍ୟରେ ପ୍ରତ୍ୟେକ ଲୋକଙ୍କ ଘରେ ପାଇପ୍ ପାଣି ପହଞ୍ଚି ପାରିଛି। ଦୀର୍ଘ ବର୍ଷ କ୍ଷମତାରେ ରହି ମଧ୍ୟ ଓଡ଼ିଶା ସରକାର ରାଜ୍ୟର ସମସ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିପାରିନାହାନ୍ତି। ଓଡ଼ିଶାରେ ଏତେ କୋଇଲା ଅଛି ଯେ ସାରା ଦେଶକୁ ବିଦ୍ୟୁତ୍‌ ଯୋଗାଇ ହେବ। ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟର ୪୧ ପ୍ରତିଶତ ଘରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ପହଞ୍ଚି ପାରିନାହିଁ। ୩୪୭୪ ଗାଁକୁ ୭୦ ବର୍ଷ ପରେ ବିଦ୍ୟୁତ୍‌ ପହଞ୍ଚି ନ ଥିଲା। ଆମ ସରକାର ୧୭୦୦ ଗାଁରେ ବିଦ୍ୟୁତ୍‌ ପହଞ୍ଚିବାର କାମ ଶେଷ କରିଛି। ୧୭ ବର୍ଷ ଶାସନ କରି ଗରିବ ଓଡ଼ିଶାଙ୍କ ଘରେ ଯଦି ବିଦ୍ୟୁତ୍‌ ପହଞ୍ଚାଇ ପାରିଲ ନାହିଁ ତେବେ କ’ଣ କରୁଥିଲ ?”

ଶାହା କହିଥିଲେ,“ରୋଜଗାର କ୍ଷେତ୍ରରେ ବହୁ ରାଜ୍ୟ କେଉଁଠୁ କେଉଁଠି ପହଞ୍ଚି ଗଲେଣି। ଏଠାରେ ଯୁବବର୍ଗଙ୍କୁ ରୋଜଗାରର ପନ୍ଥା ମିଳୁନାହିଁ। ସେମାନେ ବାହାରକୁ ଚାଲି ଯାଉଛନ୍ତି। ସୁରତରେ ଏତେ ଓଡ଼ିଆ ଅଛନ୍ତି ଦୁଇଜଣ ବିଧାୟକଙ୍କୁ ଟିକେଟ୍‌ ଦେଇ ଜିତାଇ ପାରିବେ। ଓଡ଼ିଶାରେ ନିଜ ପରିବାରକୁ ଛାଡି ଯୁବକମାନେ ବାହାରକୁ ଯାଇ ମୂଲ ଲାଗୁଛନ୍ତି। ଏହି ସରକାର ଠିକରେ ଶାସନ କରିଥିଲେ ଓଡ଼ିଶାର ଯୁବବର୍ଗଙ୍କୁ ଚାକିରି ଖଣ୍ଡେ ପାଇଁ ଅନ୍ୟତ୍ର ଯିବାକୁ ପଡୁ ନ ଥାନ୍ତା। ଆମେ ଏମିତି ଓଡ଼ିଶା ବନାଇବାକୁ ଚାହୁଁଛୁ ଯେଉଁଠି ଯୁବକମାନେ ଏଇଠି ରହି ପରିବାରର ସେବା କରିବା ସହ ରୋଜଗାର କରିପାରିବେ।”

ସେ କହିଥିଲେ,“ଦେଶରେ ଯଦି କୌଣସି ସ୍ଥାନରେ ଆଦିବାସୀମାନେ ପଛୁଆ ହୋଇ ରହିଛନ୍ତି ତା’ହେଲେ ତାହା ହେଉଛି ଓଡ଼ିଶା। ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ଓ ରୋଜଗାର କଥା ଛାଡ଼ନ୍ତୁ, ଓଡ଼ିଶାର ଆଦିବାସୀଙ୍କୁ ଠିକ୍‌ରେ ଦୁଇବେଳା ଖାଇବାକୁ ମିଳୁନାହିଁ। ଆଜିର ସମୟରେ ଦାନ ମାଝି ପରି ଆଦିବାସୀ ପତ୍ନୀର ଶବକୁ ୧୦ କି.ମି. ବୋହି ଘରକୁ ନେବା ଘଟଣା କେବଳ ଓଡ଼ିଶାକୁ ନୁହେଁ ଦେଶକୁ ନିନ୍ଦିତ କରିଛି।”

ରାଜ୍ୟର କୃଷି କ୍ଷେତ୍ରକୁ ନେଇ ମଧ୍ୟ ଶାହା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ,“କୃଷି ପାଇଁ ଯେଉଁ ଅର୍ଥ ଆସୁଛି ତାହା କୁଆଡେ ଯାଉଛି କାହାକୁ ଜଣାନାହିଁ। କ୍ଷେତକୁ ପାଣି ପହଞ୍ଚାଇବାରେ ଏହି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story