କେନ୍ଦ୍ର ବିରୋଧରେ ରାଜଭବନରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ପ୍ରତିବାଦରେ ବିଜେପି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷ ଓ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା କରୁଥିବା ନେଇ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି। ଆଉ କେନ୍ଦ୍ର ବିରୋଧରେ ଗର୍ଜିଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବି ଓ କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ କରିବା ଦ୍ୱାରା ରାଜ୍ୟ ସରକାର ୩୭,୦୦୦କୋଟି ଟଙ୍କା କ୍ଷତି ସହିବା ପ୍ରତିବାଦରେ ବିଜେଡି ଏହି ଧାରଣା […]

bjd-strike

bjd-strike

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 03:55 PM IST

Sports

Latest News

bjd-strikeଭୁବନେଶ୍ୱର: ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ପ୍ରତିବାଦରେ ବିଜେପି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷ ଓ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା କରୁଥିବା ନେଇ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି। ଆଉ କେନ୍ଦ୍ର ବିରୋଧରେ ଗର୍ଜିଛି ବିଜେଡି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବି ଓ କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ କରିବା ଦ୍ୱାରା ରାଜ୍ୟ ସରକାର ୩୭,୦୦୦କୋଟି ଟଙ୍କା କ୍ଷତି ସହିବା ପ୍ରତିବାଦରେ ବିଜେଡି ଏହି ଧାରଣା ଦେଇଛି। କେନ୍ଦ୍ର ସରକାର ପୁଞ୍ଜିପତିଙ୍କ ଦ୍ୱାରା କବଳିତ ହୋଇଥିବା ଅଭିଯୋଗ କରିଛି ବିଜେଡି। ଏଥିରେ ଦଳର ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷ ଓ ଚାଷୀକୂଳଙ୍କ କ୍ଷୋଭକୁ ଆଜି ବିଜେଡି ଧାରଣରେ ପରିଣତ କରିଛି। ଏଠାରେ ଧାରଣ ଦେବା ସହ ଆମେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛୁ। କେନ୍ଦ୍ର ସରକାରଙ୍କ ଯେଉଁ ‘ଆଚ୍ଛେଦିନ’ ନାରା ଥିଲା ତାହା କୁଆଡେ ଗଲାଣି ତାହା ସ୍ପଷ୍ଟ ଅନୁମେୟ। ଓଡ଼ିଶାର ଚାଷୀମାନେ ଯେଉଁ ହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା କଥା ପାଉ ନାହାନ୍ତି। ରାଜ୍ୟର ଚାଷୀମାନଙ୍କୁ ଧନ୍ୟବାଦ ଯେ ସେମାନେ ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟକୁ ୨ଥର କୃଷି କର୍ମଣ ପୁରସ୍କାର ଦେବାର ସହାୟକ ହୋଇଛନ୍ତି। ଏହା ସତ୍ତ୍ୱେ ବି ଯଦି ଓଡ଼ିଶାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆ ନ ଯାଏ ତେବେ ଏହିପରି ଧାରଣା ଜାରି ରହିବ।”

କୃଷିମନ୍ତ୍ରୀ ପ୍ରଦୀପ ମହରାଥୀ କହିଛନ୍ତି, “କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଧାରଣା ଚାଷ ଓ ଚଷାଙ୍କ ପାଇଁ ନବୀନ ସରକାର କରିଛି। ଆମ ରାଜ୍ୟର ଚାଷୀମାନେ ମୁଖ୍ୟତଃ ଧାନ ଉପରେ ନିର୍ଭର କରନ୍ତି। ଧାନ ବିକ୍ରିରୁ ହିଁ ତାଙ୍କ ସୁଖଦୁଃଖର ସଂସାର ଚାଳିଥାଏ। କିନ୍ତୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିବା ପରେ ଧାନର ସହାୟକ ମୂଲ୍ୟ ମାତ୍ର ୬୦ ଟଙ୍କା ବଢାଇଥିଲେ। ଏହା ଯଥେଷ୍ଟ ନୁହେଁ, ଏଣୁ ଏହି ଧାରଣା ଦିଆଯାଇଛି।”

ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ ରାଜ୍ୟ ସରକାର ଚାଷୀଙ୍କୁ ନିୟମିତ ଭାବେ ସାର ଯୋଗାଇ ନ ପାରିବାରୁ ରାଜ୍ୟରେ କଳାବଜାରୀ ବଢୁଛି। ଜଳସେଚନର ସୁବିଧା ଦେଇପାରୁନାହାନ୍ତି। ମରୁଡିର ସହାୟତା ଦେଇପାରୁ ନାହାନ୍ତି। ଚାଷୀ ହତୋତ୍ସାହିତ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ଆଉ ଏପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ତଳେ ପକାଇଛି। ଏମ୍‌ଏସ୍‌ପି ନେଇ ସରକାର ଯେଉଁ ପ୍ରହସନ କରୁଛନ୍ତି ତାହା ଭିତ୍ତିହୀନ। ଏହା ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଥାଏ। ରାଜ୍ୟ ସରକାର କାହିଁକି ୧୬ ବର୍ଷ ହେଲାଣି ଶୋଇଥିଲେ ଏବେ ଚାଷ ଓ ଚାଷୀଙ୍କ ପାଇଁ ହଠାତ ହୃଦୟ କାନ୍ଦି ଉଠିଲା। ଏନେଇ ରାଜ୍ୟ ସରକାର ନିଜସ୍ୱ ସ୍ତରରେ କିଛି ନ କରି କେନ୍ଦ୍ରକୁ ଦୋଷ ଦେବା ନିନ୍ଦନୀୟ। ଏହି ଧରଣା କେବଳ କୁମ୍ଭୀର କାନ୍ଦଣା। ଆମକୁ କ’ଣ କାଉଣ୍ଟର କରିବେ। ରାଜ୍ୟ ସରକାରଙ୍କ ଏପରି କର୍ମ ଯୋଗୁଁ ସମାଜରେ ନିନ୍ଦିତ ହେଉଛନ୍ତି। ଏପରି କାର୍ଯ୍ୟକଳାପ ଯୋଗୁଁ ସମଗ୍ର ଓଡ଼ିଶାବାସୀ ତାଙ୍କୁ ଘୃଣା କରୁଛନ୍ତି। ତେଣୁ ବିଜେଡି ନିଜର ସମ୍ମାନ ବଞ୍ଜାଇବାକୁ ଏପରି କରୁଛି।”

ଅନ୍ୟପକ୍ଷରେ ଏହାକୁ ଖଣ୍ଡନ କରି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବିଜେଡିର କେନ୍ଦ୍ର ଅବହେଳା ପ୍ରତିବାଦରେ ଦମ୍‌ ନାହିଁ। ସରକାର ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏପରି ଉଦ୍ୟମ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos