ବିଜେଡିର ଜବାବ: ଶାହଙ୍କୁ ଭାଷା ଜଣାନାହିଁ, ସେ ଓଡ଼ିଆଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଫେରି ଯାଇଛନ୍ତି। ରାଜଧାନୀରେ ତିନିଦିନ ରହଣୀ କାଳ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାର ଦେଇଥିବା ଅର୍ଥର ହିସାବ ଦେଇଥିଲେ। ଏହାର ଜବାବ ଦେଇଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତାମାନେ ଅମିତ ଶାହଙ୍କୁ ହିଟ୍‌ଲରଙ୍କ ପ୍ରଚାରକ ଗୋଭେଲ୍ସଙ୍କ ସହିତ ତୁଳନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 07:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଫେରି ଯାଇଛନ୍ତି। ରାଜଧାନୀରେ ତିନିଦିନ ରହଣୀ କାଳ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାର ଦେଇଥିବା ଅର୍ଥର ହିସାବ ଦେଇଥିଲେ। ଏହାର ଜବାବ ଦେଇଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତାମାନେ ଅମିତ ଶାହଙ୍କୁ ହିଟ୍‌ଲରଙ୍କ ପ୍ରଚାରକ ଗୋଭେଲ୍ସଙ୍କ ସହିତ ତୁଳନା କରିଛନ୍ତି।

ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି-“ବିଜେଡି ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମର୍ପିତ ମନୋଭାବ ନେଇ ଓଡ଼ିଶାର ଜନସାଧାରଣଙ୍କ ପାଇଁ କାମ କାରୁଛି। ଆଗାମୀ ଦିନରେ ବିକାଶ କାର୍ଯ୍ୟ ଜାରି ରହିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।  ଆମର ନେତାଙ୍କ ଉପରେ ସାଢ଼େ ୪ କୋଟି ଓଡ଼ିଆଙ୍କର ବିଶ୍ୱାସ ଥିବାରୁ ଆଗାମୀ ନିର୍ବାଚନରେ ବିଜେଡି ବହୁ ମତରେ ନିର୍ବାଚିତ ହେବ। କିନ୍ତୁ ଯେଉଁ ରାଜନୈତିକ ଦଳ ଗୁଡ଼ିକ ଗଣତି କରୁଛନ୍ତି, ସେମାନଙ୍କୁ ଓଡ଼ିଶାର ଜନସାଧାରଣ ଠିକଣା ସମୟରେ ଜବାବ ଦେବେ।”

ସେ ଆହୁରି ମଧ୍ୟ କହିଛନ୍ତି-“ଓଡ଼ିଶାର ଜନସାଧାରଣଙ୍କ ଉପରେ ଆମର ବିଶ୍ୱାସ ଓ ଭରସା ରହିଛି। ସେଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ୧୦୩ ଆସନ ଜିତିଥିଲା। ୨୦୧୭ ସାଧାରଣ ନିର୍ବାଚନରେ ୧୧୭ ଆସନରେ ଜିତାଇଥିଲା ବିଜେଡି।”

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି-“ଓଡ଼ିଶା ଲୋକେ ଭାବିଥିଲେ ବିଜେପି ସଭାପତି ଅମିତ ଶାହ ତିନି ବର୍ଷର ହିସାବ ଦେବେ। ମାତ୍ର ସେ ଦିନରେ ଓଡ଼ିଆଙ୍କୁ ଲଣ୍ଠନ ଦେଖାଇଦେଲେ।”

ସେ କହିଛନ୍ତି-“ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏଜେନ୍ସି ପାଖକୁ ବିନିଯୋଗ ପ୍ରମାଣପତ୍ର (ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌) ପଠାନ୍ତି। ତାକୁ ଆଧାର କରି ସେମାନେ ଆମକୁ ପୁରସ୍କୃତ କରିଥାନ୍ତି। ଅପର ପକ୍ଷରେ କର୍ମୀଙ୍କୁ କୁହାଯାଉଛି ଗାଁକୁ ଯାଇ ହିସାବ ମାଗ। ଏଥିରୁ ଜଣାପଡ଼ୁଛି ବିଜେପି ନେତାମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ସେମାନେ ବାଉଳା ଚାଉଳା ହେଲେଣି। କ୍ଷମତା ପାଇଁ ଏମାନେ କେତେ ଲାଳାୟିତ, ଏଥିରୁ ଜଣାପଡ଼ୁଛି।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଜର୍ମାନର ହିଟ୍‌ଲରଙ୍କ ପ୍ରଚାରକ ଗୋଭେଲ୍ସଙ୍କ ସହିତ ତୁଳନା କରିଥିଲେ ଅରୁଣ ସାହୁ। ସେ କହିଥିଲେ-“ବିଜେପିର ଗୋଭେଲ୍ସଙ୍କର ଭାଷା ଜ୍ଞାନ ନାହିଁ। ସେ କହିଛନ୍ତି, ଉପାଡ଼ି ଦିଅ ଓ ଫୋପାଡ଼ି ଦିଅ ପରି ଭାଷା। ଏପରିକି କୈଳାସ ପର୍ବତକୁ ଉପାଡି ଫିଙ୍ଗିଦିଅ, କଂସାସୁର, ମହାମାନୀ ଦୁର୍ଯ୍ୟୋଧନ କହୁଥିଲେ। ଏହି ଭାଷା ହେଉଛି ଅସୁରର ଭାଷା। ଏହା କୌଣସି ରାଜନୈତିକ ଭାଷା ନୁହେଁ। ଏମାନଙ୍କଠାରୁ ଯୁବପିଢ଼ି କେମିତି ଅନୁପ୍ରାଣିତ ହେବେ, ତାହା ସେମାନଙ୍କୁ ଜଣା। ମୋର ଆଜିର ଯୁବପିଢ଼ିଙ୍କୁ ଅନୁରୋଧ ବିଜେପି ଅଧ୍ୟକ୍ଷ ଏଠି ନୀଳ ତିମିର ଭାଇରସ୍‌ ବୁଣି ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମୋର ବିଶ୍ୱାସ ଯୁବପିଢ଼ି ଏଥିରେ ପ୍ରଭାବିତ ହେବେ ନାହିଁ। ଏହା ମୋର ବିନମ୍ର ନିବେଦନ।”

ପ୍ରତାପ ଦେବ କହିଛନ୍ତି-“କେନ୍ଦ୍ର ସରକାର ଦେଉଥିବା ଅନୁଦାନ ଯଦି ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି, ତେବେ ଆମକୁ କେନ୍ଦ୍ର କାହିଁକି ପୁରସ୍କାର ଦେଉଛି? କେଉଁ ଆଧାରରେ ସେମାନେ ପୁରସ୍କୃତ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos