ତୈଳଦର ବୃଦ୍ଧ ପ୍ରତିବାଦରେ ଆସନ୍ତାକାଲି ବିଜେଡିର ୫ ଘଣ୍ଟିଆ ହରତାଳ

ଭୁବନେଶ୍ୱର: ତୈଳଦର ବୃଦ୍ଧି ନେଇ ଆସନ୍ତାକାଲି ହରତାଳ ଡାକରା ଦେଇଛି ବିଜେଡି। ରାଜ୍ୟର ସବୁ ବ୍ଲକ, ସଦର ମହକୁମାରେ ହରତାଳ କରାଯିବ। ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଏହି ଡାକରା ଦିଆଯାଇଛି। ହରତାଳ ଶାନ୍ତିପୂର୍ଣ୍ଣ ହେବ, ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣ କରାଯାଇଛି। ତୈଳ ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚା ଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।