ଉଧାରକୁ ବଦଳ! ବିଜେପୁର ଦଖଲ ପାଇଁ ବିଜେପିର ନୂଆ ଚାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନର୍ବାଚନମଣ୍ଡଳୀର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଆସନ୍ତାକାଲି ବିଜେଡିରେ ମିଶିବାକୁ ଯାଉଛନ୍ତି। ବିଜେଡିର ଏହି ଚାଲ୍‌କୁ କାଉଣ୍ଟର କରିବା ପାଇଁ ବିଜେପି ଖେଳିବାକୁ ଯାଉଛି ନୂଆ ଚାଲ୍‌। ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀକୁ ନିଜ ଆଡକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ୨୦୦୦ ମସିହା ନିର୍ବାଚନରେ ବିଜେଡି ଟିକେଟ୍‌ରେ ବିଜେପୁରରୁ ଜିତିଥିଲେ ଅଶୋକ ପାଣିଗ୍ରାହୀ। ହେଲେ ୨୦୧୪ ନିର୍ବାଚନରେ ବିଜେଡିରୁ ଟିକେଟ୍ ନ […]

bjp and ashok

bjp and ashok

Rakesh Mallick
  • Published: Friday, 22 September 2017
  • Updated: 22 September 2017, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନର୍ବାଚନମଣ୍ଡଳୀର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଆସନ୍ତାକାଲି ବିଜେଡିରେ ମିଶିବାକୁ ଯାଉଛନ୍ତି। ବିଜେଡିର ଏହି ଚାଲ୍‌କୁ କାଉଣ୍ଟର କରିବା ପାଇଁ ବିଜେପି ଖେଳିବାକୁ ଯାଉଛି ନୂଆ ଚାଲ୍‌। ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀକୁ ନିଜ ଆଡକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି।

୨୦୦୦ ମସିହା ନିର୍ବାଚନରେ ବିଜେଡି ଟିକେଟ୍‌ରେ ବିଜେପୁରରୁ ଜିତିଥିଲେ ଅଶୋକ ପାଣିଗ୍ରାହୀ। ହେଲେ ୨୦୧୪ ନିର୍ବାଚନରେ ବିଜେଡିରୁ ଟିକେଟ୍ ନ ପାଇ ସ୍ୱାଧୀନ ପ୍ରାର୍ଥୀ ହୋଇ ୧୯,୦୦୦ ଭୋଟ୍ ପାଇଥିଲେ। ଫଳରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ହାରି ଯାଇଥିଲେ। ସେଥିପାଇଁ ବିଜେଡିରୁ ସସ୍‌ପେଣ୍ଡ ହୋଇଥିଲେ ଅଶୋକ। ତେଣୁ ଚଳିତ ଉପନିର୍ବାଚନରେ ବିଜେଡି ବିରୋଧରେ ପୁରୁଖା ବିଜେଡି ନେତାଙ୍କୁ ଅସ୍ତ୍ର କରିବା ଯୋଜନାରେ କରିଛି ବିଜେପି। ଅଶୋକ ମଧ୍ୟ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବନ୍ଧୁମିଳନ ଆଳରେ ଜୋରସୋରରେ କମର କସିଛନ୍ତି। କେଉଁ ଦଳକୁ ଗଲେ ଫାଇଦା ହେବ ସେନେଇ ଅଶୋକ ସମର୍ଥକଙ୍କ ସହ ଆଲୋଚନା ଚଳାଇଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ଜବରଦସ୍ତ ସଫଳତା ପାଇଥିଲା ବିଜେପି। ୭ ଜିଲ୍ଲା ପରିଷଦ ଜୋନରୁ ୬ଟି ହାତେଇଥିଲା ଦଳ। ତେଣୁ ଏହି ସଫଳତାକୁ ପୁଞ୍ଜି କରି ଦଳ ମଇଦାନକୁ ଓହ୍ଲାଇବାକୁ ସଜ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତି ଜୋରଦାର ଚାଲିଛି।

କିଏ କ’ଣ କହୁଛନ୍ତି

ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ କହିଛନ୍ତି-“ଉପନିର୍ବାଚନରେ ଭାଗ ନେବାକୁ ଚାହୁଁ ନଥିଲି। ମାତ୍ର କର୍ମୀମାନଙ୍କ ଚାପ ପଡ଼ୁଥିବାରୁ ନିର୍ବାଚନରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ଯଦି ବିଜେପି ପ୍ରସ୍ତାବ ଦିଏ, ତାହାହେଲେ ବିଚାର କରିବି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ବିଜେପୁର ଉପନିର୍ବାଚନ ପାଇଁ ବିଜେପି ତା’ର ପ୍ରକ୍ରିୟା ଆରମ୍ଭ କରିଦେଇଛି। ପ୍ରାର୍ଥୀ ଚୟନ ପାଇଁ କନକ ବର୍ଦ୍ଧନ ସିଂହଦେଓଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହା ସତ ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କର ଏକ ସଙ୍ଗଠନ ରହିଛି। ସେଥିପାଇଁ ଗତ ନିର୍ବାଚନରେ ସେ ବହୁ ଭୋଟ୍‌ ପାଇଥିଲା। ବିଜେପି ତାଙ୍କ ଉପରେ ବିଚାର ବିମର୍ଶ କରୁଛି।”

କଂଗ୍ରେସ ବିଧାୟକ କଂଗ୍ରେସ ପ୍ରଫୁଲ୍ଲ ମାଝି କହିଛନ୍ତି-“ବିଜେପୁରରେ କଂଗ୍ରେସ ସଙ୍ଗଠନ ସୁଦୃଢ଼ ରହିଛି। ସେଥିପାଇଁ ସୁବଳ ସାହୁ ୩ ଥର ଜିତିଥିଲେ। ଆମେ ଆଶା କରିଥିଲୁ ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହୋଇଥିଲେ ଭଲ ହୋଇଥାଆନ୍ତା। ମାତ୍ର ତାଙ୍କ ପରିବାର ଅନ୍ୟ ଦଳକୁ ଯାଉଥିବାରୁ ବିକଳ୍ପ ଖୋଜା ଯାଉଛି।”

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି-“ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କର ଏକ ସଙ୍ଗଠନ ରହିଛି। ମାତ୍ର କଂଗ୍ରେସ ଓ ବିଜେଡି ଭୋଟ୍‌ ମିଶିଲେ ଅଧିକା ହେବ। ସେଥିପାଇଁ ଆମେ ଆଶା ରଖିଛୁ ଆମ ପ୍ରାର୍ଥୀ ବିଜୟୀ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos