‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଭୟଙ୍କର ଭାବେ ଲଜ୍ଜା ଦେଇଛନ୍ତି’

ଭୁବନେଶ୍ୱର: ଖଣି, ଜମି ଓ ଚିଟ୍‌ଫଣ୍ଡ୍ ଦୁର୍ନୀତି, ଦାନ ମାଝି, ନଗଡ଼ା ଶିଶୁ ମଡ଼କ ଓ ଗୁମୁଡୁମାହା ଗୁଳିକାଣ୍ଡ ଭଳି ଘଟଣା ଯୋଗୁଁ ସାରା ଦେଶରେ ଓଡ଼ିଶା ଲଜ୍ଜିତ ହୋଇଛି। ଓଡ଼ିଶାବାସୀ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଭୟଙ୍କର ଭାବେ ଲଜ୍ଜା ଦେଇଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ଆଜି ଲଜ୍ଜା ଦିବସ ପାଳନ କରାଯିବା ଅବସରରେ ଦଳୀୟ ନେତାମାନେ ଏହି ମତ ରଖିଛନ୍ତି। ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ […]

bjp-2

bjp-2

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 03:58 PM IST

Sports

Latest News

bjp-1ଭୁବନେଶ୍ୱର: ଖଣି, ଜମି ଓ ଚିଟ୍‌ଫଣ୍ଡ୍ ଦୁର୍ନୀତି, ଦାନ ମାଝି, ନଗଡ଼ା ଶିଶୁ ମଡ଼କ ଓ ଗୁମୁଡୁମାହା ଗୁଳିକାଣ୍ଡ ଭଳି ଘଟଣା ଯୋଗୁଁ ସାରା ଦେଶରେ ଓଡ଼ିଶା ଲଜ୍ଜିତ ହୋଇଛି। ଓଡ଼ିଶାବାସୀ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଭୟଙ୍କର ଭାବେ ଲଜ୍ଜା ଦେଇଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ଆଜି ଲଜ୍ଜା ଦିବସ ପାଳନ କରାଯିବା ଅବସରରେ ଦଳୀୟ ନେତାମାନେ ଏହି ମତ ରଖିଛନ୍ତି।

ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଭୟଙ୍କର ଭାବେ ଲଜ୍ଜା ଦେଇଛନ୍ତି। ସାରା ଦେଶରେ ଅପପୁଷ୍ଟିରେ ରାଜ୍ୟ ୧ ନମ୍ବର, ମାତୃ ମୃତ୍ୟୁହାରରେ ୨ ନମ୍ବର  ଓ ଦାରିଦ୍ର୍ୟରେ ୨ ନମ୍ବରରେ ରହିଛି। ଯେତେ ଦିନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଶାସନରୁ ହଟି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ଦେଶରେ ମୁଣ୍ଡ ଟେକି ଚାଲିପାରିବେ ନାହିଁ।”

ସେ ଆହୁରି କହିଛନ୍ତି,“ଯେଉଁ ପୋଲିସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଉଛି ସେହି ପୋଲିସ୍‌ଙ୍କ ମଧ୍ୟରୁ ଜଣେ ଆତ୍ମାହୁତି ଦେଲେ। ତାଙ୍କ ବାସଭବନ ସମ୍ମୁଖରେ ଥିବା ପୋଲିସ୍‌ମାନେ ତାଙ୍କୁ ଅଟକାଇ ପାରିଲେ ନାହିଁ। ହୋମ୍‌ଗାର୍ଡଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ନବୀନ ସରକାରଙ୍କର ଚାରି ଜଣ ବିଧାୟକ ଶିଳ୍ପ ପାଇଁ ଲାଞ୍ଚ ମାଗି ଧରାପଡ଼ିଲେ। ସେମାନଙ୍କୁ ସସ୍‌ପେଣ୍ଡ୍ କରାଗଲା ନାହିଁ। ଏହି ବିଧାୟକମାନେ କେବଳ ଦୁର୍ନୀତିଗ୍ରସ୍ତ ନୁହଁନ୍ତି, ମୁର୍ଖ ବୋଲି ବି ପ୍ରମାଣିତ ହେଲା। କାରଣ କୌଣସି ଶିଳ୍ପ ପାଇଁ ବିଧାୟକମାନେ ଏନ୍‌ଓସି ଦେଇପାରିବେ ନାହିଁ ବୋଲି ସେମାନେ ଜାଣିନାହାନ୍ତି। ଏଭଳି ମୁର୍ଖ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ବିଧାୟକ କରିଛନ୍ତି। ଆମ୍ବୁଲାନ୍ସ ଦିଆଗଲାନି ବୋଲି ଦାନ ମାଝି ୧୦ କିଲୋମିଟର ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଲା। ସେହି ଦାନ ମାଝିକୁ ବାହାରିନର ରାଜାଙ୍କ ସମେତ ଦେଶବିଦେଶରୁ ଅନେକ ସହାୟତା ଆସିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କିଛି କଲେ ନାହିଁ। ସୋରରେ ଆମ୍ବୁଲାନ୍ସ ଆସିଲାନି ବୋଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା। ଏସବୁ ପ୍ରମାଣିତ କରୁଛି ନବୀନ ପଟ୍ଟନାୟକଙ୍କ ଶାସନ କେତେ ହୁଗୁଳା। ମୁଖ୍ୟମନ୍ତ୍ରୀଙ୍କର ନିଜ ଦଳ ଉପରେ ନିୟନ୍ତ୍ରଣ ନାହିଁ କି ପ୍ରଶାସନ ଉପରେ ବି ନିୟନ୍ତ୍ରଣ ନାହିଁ।”

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ବର୍ଷ ହେଲାଣି ରାଜନୀତିରେ ଅଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷା କହି ପାରିଲେ ନାହିଁ। ଏହା ହେଉଛି ସବୁଠାରୁ ଅଧିକ ଲଜ୍ଜାର ବିଷୟ। ବିଶ୍ୱର ଏମିତି ଶାସନ ମୁଖ୍ୟ ଆଉ କେଉଁଠି ନାହାନ୍ତି।”

ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ରାଜ୍ୟ ସରକାରଙ୍କୁ ତାଙ୍କର ଦାୟିତ୍ୱ ସଂପର୍କରେ ଚେତେଇ ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସରକାର ତାଙ୍କ ତ୍ରୁଟିବିଚ୍ୟୁତି ନ ସୁଧାରିଲେ ବୁଥ୍ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ତାଙ୍କର ବିଫଳତା ସଂପର୍କରେ ଲୋକଙ୍କୁ ସଚେତନ କରାଯିବ।”

ରାଜ୍ୟ ବିଜେପି ପକ୍ଷରୁ ଆଜି ‘ଲଜ୍ଜା’ ଦିବସ ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ‘ବିଜେଡି ସରକାର ରାଜ୍ୟକୁ ଲଜ୍ଜା’ ନାମକ ଏକ କାର୍ଯ୍ୟକ୍ରମ କରାଯାଇଛି। ଏହା ସହିତ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ସାଂସଦ ରୁଦ୍ର ପାଣି, ମୁଖପାତ୍ର ସଜ୍ଜନ ଶର୍ମା, ସାଧାରଣ ସମ୍ପାଦକ ସମୀର ମହାନ୍ତଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି,“ରାଜ୍ୟର ସମସ୍ୟା ସହିତ ସାମିଲ ନ ହୋଇ ଏକକ ଆକସ୍ମିକ ଘଟଣାଗୁଡ଼ିକୁ ନେଇ ସେମାନେ ‘ଲଜ୍ଜା’ ଦିବସ ପାଳନ କରୁଛନ୍ତି। ରାଜ୍ୟର ସମସ୍ୟା ସହିତ ସେମାନେ ନିଜକୁ ସାମିଲ କରୁ ନ ଥିବାରୁ ପ୍ରଥମେ ଲଜ୍ଜା ଅନୁଭବ କରିବା ଉଚିତ୍।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story