ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦିନ ଗୋଟାଏ ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦିନ ୨ଟା ୨୦ରୁ ୬ ଟା ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟାଳୟରେ ୫ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ଏକ ଘରୋଇ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଶାହ ଯୋଗଦେବେ। ୭ ତାରିଖ ସକାଳ ୮ ଟା ୩୦ରେ  ଅମିତ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ସକାଳ ସାଢ଼େ ୯ ଟାରୁ ୧୨ ଟା ୫୫ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ୮ ତାରିଖରେ ଜନତା ମଇଦାନରେ ବୁଥସ୍ତରରୁ ଆସିଥିବା କର୍ମୀଙ୍କୁ ଉଦ୍‌ବୋଧନ ଦେବେ।