ମାର୍ଚ୍ଚ ୨୭ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ମାର୍ଚ୍ଚ ୨୭ ତାରିଖରେ ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆସନ୍ତାକାଲି (ଶନିବାର) ଦଳର ପଦାଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର। ସେ କହିଛନ୍ତି,“ଆସନ୍ତା ୨୭ ତାରିଖରେ ରାଜ୍ୟ ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହେବ। ଏଥିରେ ଦଳର ସଂଗଠନକୁ ସୁଦୃଢ଼ ଓ ଶାଣିତ କରିବା ପାଇଁ […]

bhrugu-baxipatra

bhrugu-baxipatra

Rakesh Mallick
  • Published: Friday, 25 March 2016
  • Updated: 25 March 2016, 09:54 AM IST

Sports

Latest News

[caption id="attachment_75601" align="alignleft" width="300"]bhrugu-baxipatra ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦକ, ରାଜ୍ୟ ବିଜେପି[/caption]

ଭୁବନେଶ୍ୱର: ମାର୍ଚ୍ଚ ୨୭ ତାରିଖରେ ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆସନ୍ତାକାଲି (ଶନିବାର) ଦଳର ପଦାଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର।

ସେ କହିଛନ୍ତି,“ଆସନ୍ତା ୨୭ ତାରିଖରେ ରାଜ୍ୟ ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହେବ। ଏଥିରେ ଦଳର ସଂଗଠନକୁ ସୁଦୃଢ଼ ଓ ଶାଣିତ କରିବା ପାଇଁ ଆସନ୍ତା ୩ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବ। ବୁଥ୍‌ ସ୍ତରରେ, ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ଦଳର କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ଶାଣିତ କରିବା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବସିବାକୁ ଯାଉଥିବା ଏହି ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ନୂଆ ଯୋଜନା ପ୍ରସ୍ତୁତ କରାଯିବ।”

ଭୃଗୁ ବକ୍ସିପାତ୍ର କହିଛନ୍ତି,“ରାଜ୍ୟ ସରକାରଙ୍କର ଜନ ବିରୋଧୀ ନୀତି ସଂପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ଯୋଜନା ପ୍ରସ୍ତୁତ କରାଯିବ। ଗାଁ ଗହଳିରେ ପାଣି, ବିଦ୍ୟୁତ୍, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ରାଜନୈତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ଏବଂ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଯିବ।”

ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରମୁଖତା ଓ ପ୍ରାଧ୍ୟାନ୍ୟ ଦେଉଥିବା ନେଇ ମଧ୍ୟ ଆଲୋଚନା ହେବ ବୋଲି କହିଛନ୍ତି ବକ୍ସିପାତ୍ର।

ସେ କହିଛନ୍ତି,“ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁଧାନ ସିଂ, ଦଳର ରାଜ୍ୟ ପ୍ରଭାରୀ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ବିଧାୟକ, ବରିଷ୍ଠ ନେତା, ଜିଲ୍ଲା ସଭାପତି ଓ ବିଭିନ୍ନ ମୋର୍ଚ୍ଚାର ସଭାପତିମାନେ ଯୋଗ ଦେବେ।”

କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆସନ୍ତାକାଲି ବିଜେପିର ରାଜ୍ୟ ପଦାଧିକାରୀଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story