କଳାହାଣ୍ଡି, ବରଗଡ଼, ସୁବର୍ଣ୍ଣପୁର ଓ ମୟୂରଭଞ୍ଜରେ ଉଡ଼ିଲା ବିଜେପି ବାନା

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ତିନିଟି ପର୍ଯ୍ୟାୟର ଅନୌପଚାରିକ ଫଳାଫଳ ଆସିଛି। ଏଥିରେ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି। କେତୋଟି ଜିଲ୍ଲାକୁ ପୂରାପୂରି ନିଜ କବ୍‌ଜାକୁ ନେଇ ସାରିଲାଣି ବିଜେପି। କଳାହାଣ୍ଡି ଭଳି ଜିଲ୍ଲାରେ ଦଳ ଜିଲ୍ଲା ପରିଷଦ ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଥିବା ବେଳେ ମୟୂରଭଞ୍ଜ, ବରଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲା ପରିଷଦ ଗଠନ […]

bjp

bjp

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 10:03 AM IST

Sports

Latest News

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ତିନିଟି ପର୍ଯ୍ୟାୟର ଅନୌପଚାରିକ ଫଳାଫଳ ଆସିଛି। ଏଥିରେ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି। କେତୋଟି ଜିଲ୍ଲାକୁ ପୂରାପୂରି ନିଜ କବ୍‌ଜାକୁ ନେଇ ସାରିଲାଣି ବିଜେପି। କଳାହାଣ୍ଡି ଭଳି ଜିଲ୍ଲାରେ ଦଳ ଜିଲ୍ଲା ପରିଷଦ ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଥିବା ବେଳେ ମୟୂରଭଞ୍ଜ, ବରଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲା ପରିଷଦ ଗଠନ କରିବାର ନିକଟତର ହୋଇଛି।

କଳାହାଣ୍ଡିରେ ମୋଟ ୩୬ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ପ୍ରଥମ ୩ଟି ପର୍ଯ୍ୟାୟ ମତଦାନରେ ଜିଲ୍ଲାରେ ମୋଟ ୨୫ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ୍ ସରିଥିବା ବେଳେ ବିଜେପି ୨୫ଟି ଯାକରେ ବିଜୟୀ ହୋଇଛି। ଅର୍ଥାତ ଦଳ ଏଠାରେ କ୍ଲିନ୍ ସୁଇପ୍ କରିଛି ଓ ଜିଲ୍ଲା ପରିଷଦ ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଫଳରେ ଜିଲ୍ଲାର ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ବଡ଼ ଝଟ୍‌କା ଲାଗିଛି।

ବରଗଡ଼ରେ ୩୪ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ଏଯାଏଁ ହୋଇଥିବା ତିନିଟି ପର୍ଯ୍ୟାୟ ନିର୍ବାଚନରୁ ବିଜେପି ଏଠାରେ ୧୫ଟି ଜୋନ୍‌ରେ ବିଜୟୀ ହୋଇସାରିଛି। ଏଠାରେ ଜିଲ୍ଲା ପରିଷଦ ଗଠନ କରିବାକୁ ଦଳକୁ ଆଉ ୩ଟି ଜୋନ୍‌ ହାତେଇବାକୁ ପଡ଼ିବ। ଗତକାଲି ୮ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ହୋଇଥିବା ବେଳେ ୭ଟିରେ ବିଜେପିର ଜିତାପଟ ହୋଇଛି। ଅନ୍ୟ ପକ୍ଷରେ ବିଜେଡି ଏଠାରେ ବର୍ତ୍ତମାନ ସୁଦ୍ଧା ୬ଟି ଜୋନ୍ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବିଜେପିକୁ ସଫଳତା ମିଳିଛି। ଏଠାରେ ଜିଲ୍ଲା ପରିଷଦ ଗଠନ କରିବାକୁ ଦଳ ଆବଶ୍ୟକ କରୁଛି ଆଉ ମାତ୍ର ଗୋଟିଏ ଆସନ। ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେପି ଏବେ ସୁଦ୍ଧା ୬ଟି ହାତେଇ ସାରିଲାଣି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦଳକୁ ଦୁଇଟି ଆସନ ମିଳିଥିବା ବେଳେ ଗତକାଲି ତୃତୀୟ ପର୍ଯ୍ୟାୟରେ ମିଳିଥିଲା ୪ଟି ଆସନ। ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି ୩ଟି ଜୋନ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଖାତା ଖୋଲିପାରିଲାନି। ତେଣୁ ଜିଲ୍ଲାର ଟାଣୁଆ ବିଜେଡି ନେତା ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କୁ ଝଟକା ଲାଗିଛି।

ମୟୂରଭଞ୍ଜରେ ବିଜେପିର ବିଜୟଧାରା ଅବ୍ୟାହତ ରହିଛି। ଗତକାଲି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନରେ ଦଳ ସମସ୍ତ ୫ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ହୋଇଛି। ପୂର୍ବ ଦୁଇଟି ପର୍ଯ୍ୟାୟରେ ଦଳ ଏଠାରେ ୨୨ଟି ଜୋନ୍ ଦଖଲ କରିଥିଲା। ମୟୂରଭଞ୍ଜରେ ମୋଟ ୫୬ଟି ଜିଲ୍ଲା ପରିଷଦ ଜୋନ୍ ଥିବା ବେଳେ ଏଯାବତ ବିଜେପି ୨୭ଟିରେ ବିଜୟୀ ହୋଇ ସାରିଲାଣି। ଏଠାରେ ଜିଲ୍ଲା ପରିଷଦ ଗଠନ କରିବା ପାଇଁ ଦଳକୁ ଆଉ ଦୁଇଟି ଆସନ ଦରକାର। ଜିଲ୍ଲାରେ ବିଜେଡିକୁ ୩ଟି ଆସନ ମିଳିଥିବା ବେଳେ ଜେଏମ୍‌ଏମ୍‌କୁ ମାତ୍ର ଗୋଟିଏ ଜୋନ୍ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story