ବିଜେପିର ଜନକଲ୍ୟାଣ ଯାତ୍ରା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବିଜେପି ଆଜିଠାରୁ ଆରମ୍ଭ କରିଛି ଜନକଲ୍ୟାଣ ଯାତ୍ରା। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରାରେ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୭ଟି ସାଂଗଠନିକ ଜିଲ୍ଲାରେ ଏହି ଜନକଲ୍ୟାଣ ଯାତ୍ରା କରାଯିବ। ଏପ୍ରିଲ୍ ୨୪ […]

basantpanda

basantpanda

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 05:42 AM IST

Sports

Latest News

basantpandaଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବିଜେପି ଆଜିଠାରୁ ଆରମ୍ଭ କରିଛି ଜନକଲ୍ୟାଣ ଯାତ୍ରା। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରାରେ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୭ଟି ସାଂଗଠନିକ ଜିଲ୍ଲାରେ ଏହି ଜନକଲ୍ୟାଣ ଯାତ୍ରା କରାଯିବ। ଏପ୍ରିଲ୍ ୨୪ ତାରିଖରେ କେନ୍ଦୁଝରରେ ଏହା ଶେଷ ହେବ। କେବଳ ଏପ୍ରିଲ୍ ୧୩ ଓ ୧୭ ତାରିଖରେ ଏହି ଯାତ୍ରା ବନ୍ଦ ରହିବ।

ବୁଧବାର ବିଜେପିର ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଯାତ୍ରା ସଂପର୍କରେ ସୂଚନା ଦେଇ ସାଧାରଣ ସଂପାଦକ ସମୀର ମହାନ୍ତି କହିଥିଲେ,“ଏ ଯାତ୍ରା ଯେଉଁ ଅଞ୍ଚଳ ଦେଇ ଯିବ ସେ ଅଞ୍ଚଳର ଦଳୀୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ହେବେ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅଭାବ, ଅସୁବିଧା ସଂପର୍କରେ ନେତୃବର୍ଗଙ୍କୁ ଅବଗତ କରିବେ। ଜନକଲ୍ୟାଣ ଯାତ୍ରାରେ ସାମିଲ ନେତାମାନେ ଯେଉଁ ଅଞ୍ଚଳକୁ ଯିବେ ସେ ଅଞ୍ଚଳର ଲୋକଙ୍କ ସହିତ ମିଶିବେ, ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବେ।”

ଅନ୍ୟତମ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,“ଏହି ଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଅପାରଗତା, ଜନବିରୋଧୀ ନୀତି ଓ ଦୁର୍ନୀତି ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ଡାକ୍ତରଖାନା, ସ୍କୁଲ୍, ଜଳସେଚନରେ ଆମର ଅନେକ ସମସ୍ୟା ରହିଛି। ଏହି ଯାତ୍ରା ବେଳେ ସଭାପତି ନିଜେ ଏହି ସମସ୍ୟାଗୁଡ଼ିକୁ ଦେଖିବେ ଏବଂ ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ ଆମେ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବୁ।”

ସେ କହିଥିଲେ,“ଜନକଲ୍ୟାଣ ଯାତ୍ରାର ଦ୍ୱିତୀୟ ଉଦ୍ଦେଶ୍ୟଟି ହେଉଛି କେନ୍ଦ୍ର ସରକାର ଯେଉଁ ସବୁ ଜନହିତକର ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି, ତାହାକୁ ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ପାଖରେ ପହଞ୍ଚାଇବା।”

ପୃଥ୍ୱୀରାଜ କହିଥିଲେ ଯେ ଗୁରୁବାର ‘ଆଗେଇବ ଓଡ଼ିଶା’ ନାରା ନେଇ ବିଜେପି ପକ୍ଷରୁ ଜନକଲ୍ୟାଣ ଯାତ୍ରା ଆରମ୍ଭ କରାଯିବ। ଦେଶରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos