ମହଙ୍ଗା ପଡିଲା ବ୍ଲାକମେଲିଂ: ଛାତ୍ରୀଙ୍କ ଅଭିଯୋଗ ପରେ ଯୁବକ ଗିରଫ

କଟକ: ରେଭେନ୍ସାର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବ୍ଲାକମେଲିଂ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଏନେଇ ଛାତ୍ରୀ ଜଣଙ୍କ ମାଲଗୋଦାମ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

ଯୁବତୀଙ୍କ ଫଟୋକୁ ଅଶ୍ଳିଳ କରି ଅଭିଯୁକ୍ତ ଜଣଙ୍କ ତାଙ୍କୁ ହଇରାଣ କରୁଥିବା ଯୁବତୀ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ଏନେଇ ପୋଲିସ ପଚରାଉଚରା କରୁଛି।