ଘାତକ ସାଜିଛି ଅନଲାଇନ୍‌ ଗେମ୍‌ ବ୍ଲୁ- ହୁଏଲ: ନେଲାଣି ୨୦୦ ଜୀବନ, ସୋସିଆଲ ସାଇଟ୍‌କୁ ତାଗିଦ୍‌ କଲେ ସରକାର

ନୂଆଦିଲ୍ଲୀ: ମୃତ୍ୟୁର ଖେଳ ବ୍ଲୁ- ହୁଏଲ ଗେମ। ଅନଲାଇନରେ ଖେଳାଯାଉଥିବା ଏହି ଗେମକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।  ମୃତ୍ୟୁର ତାଣ୍ଡବ ରଚି ଚାଲିଛି ଏହି ଗେମ୍‌। ସମଗ୍ର ବିଶ୍ୱରୁ ୨୦୦ରୁ ଊର୍ଦ୍ଧ୍ୱ ଜୀବନ ନେଲାଣି ଏହି ଖେଳ। ସେଥି ମଧ୍ୟରୁ  ଋଷର ସଂଖ୍ୟା ଅଧିକ ରହିଛି। ମୁଖ୍ୟତଃ ଯୁବପିଢି ଏହି ଖେଳ ପାଇଁ ଅଧିକ ପାଗଳ। ଗତ କିଛି ଦିନ ମଧ୍ୟରେ ଭାରତର  ୪ ଜଣ ଜୀବନ ନେଇସାରିଲାଣି ଏହି ଘାତକ ଖେଳ।  ସବୁଠୁ […]

blue-1

blue-1

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 06:52 PM IST

Sports

Latest News

ନୂଆଦିଲ୍ଲୀ: ମୃତ୍ୟୁର ଖେଳ ବ୍ଲୁ- ହୁଏଲ ଗେମ। ଅନଲାଇନରେ ଖେଳାଯାଉଥିବା ଏହି ଗେମକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।  ମୃତ୍ୟୁର ତାଣ୍ଡବ ରଚି ଚାଲିଛି ଏହି ଗେମ୍‌। ସମଗ୍ର ବିଶ୍ୱରୁ ୨୦୦ରୁ ଊର୍ଦ୍ଧ୍ୱ ଜୀବନ ନେଲାଣି ଏହି ଖେଳ। ସେଥି ମଧ୍ୟରୁ  ଋଷର ସଂଖ୍ୟା ଅଧିକ ରହିଛି। ମୁଖ୍ୟତଃ ଯୁବପିଢି ଏହି ଖେଳ ପାଇଁ ଅଧିକ ପାଗଳ। ଗତ କିଛି ଦିନ ମଧ୍ୟରେ ଭାରତର  ୪ ଜଣ ଜୀବନ ନେଇସାରିଲାଣି ଏହି ଘାତକ ଖେଳ।  ସବୁଠୁ ବିପଜନ୍ନକ କୁହାଯାଉଥିବା ଏହି  ଖେଳ ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ଭାରତ ସରକାର ତତ୍ପର। ଭାରତରେ କାୟା ବିସ୍ତାର କରୁଥିବା ଏହି ଖେଳ ଉପରେ କିପରି ରୋକ ଲଗାଇ ହେବ ତାକୁ ନେଇ ସରକାରଙ୍କ ଚିନ୍ତା।

ତେଣୁ ଏହି ଗେମର ଲିଙ୍କକୁ ହଟେଇ ଦେବା ପାଇଁ ବିଭିନ୍ନ ଇଣ୍ଟରନେଟ ପ୍ରଦାନକାରରୀ ସଂସ୍ଥା ଏବଂ ସୋସିଆଲ ମିଡିଆକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଷେଶକରି ଗୁଗୁଲ, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ମାଇକ୍ରୋସଫ୍ଟ ଏବଂ ୟାହୋ ଏପରି ବିଭିନ୍ନ ସଂସ୍ଥାକୁ  ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁର ଖେଳ ବ୍ଲୁ  ହୁଏଲ ଲିଙ୍କକୁ ବିଭିନ୍ନ ସୋସିଆଲ ମିଡ଼ିଆରୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ଏନେଇ ଅଗଷ୍ଟ ୧୧ ତାରିଖରେ କେନ୍ଦ୍ର ସରକାର ବିଭିନ୍ନ ଇଣ୍ଟରନେଟ୍ ପ୍ରଦାନକାରୀ ସଂସ୍ଥାକୁ ଚିଠି ଲେଖି ଅବଗତ କରିଛନ୍ତି।

କ’ଣ ଏହି ବ୍ଲୁ  ହୁଏଲ

ବ୍ଲୁ-ହୁଏଲ ଗେମ୍  ହେଉଛି ଏକପ୍ରକାର ଅନଲାଇନ୍ ଖେଳ।  ବିଷେଶ କରି ଆତ୍ମହତ୍ୟା କରିବା ଲାଗି  ଏହି ଗେମ ଖେଳାଳିଙ୍କୁ ଉସକାଇଥାଏ। ଏହି ଖେଳର ଅବଧି ୫୦ ଦିନ। ଏହି ସମୟସୀମା ମଧ୍ୟରେ ଗେମ୍‌ର  ଆଡମିନ୍ ଖେଳାଳିଙ୍କୁ ବିଭିନ୍ନ ପ୍ରକାର ବିପଜନ୍ନକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥାଏ। ଯେପରିକି ରାତି ଅଧରେ ଆଡ଼ମିନ ପଠାଇଥିବା ଭୂତ ଫିଲ୍ମକୁ  ଏକାକି ଦେଖିବା, ଛୁଞ୍ଚିରେ ନିଜ ହାତକୁ ଫେ।ଡ଼ିବା, କ୍ରେନ ଉପରେ ଚଢିବା, ଛାତ ଉପରୁ ଡେଇଁବା ଭଳି ଦୁଃସାହସିକ କାର୍ଯ୍ୟ କରିବାକୁ ପଡିଥାଏ।  ଆଉ ଏସବୁ କାର୍ଯ୍ୟକଳାପର ଭିଡ଼ିଓକୁ  ଆଡମିନ୍‌ ପାଖକୁ ପଠାଇବାକୁ ପଡ଼ିଥାଏ। ଖେଳାଳି ଜଣକ ସେଲଫି ଉଠାଇ ଏହାର ଭିଡିଓକୁ ପଠାଇ ଥାଏ। ଆଉ ଶେଷ ଦିନରେ ଅର୍ଥାତ

୫୦ତମ ଦିନରେ ଆଡମିନ୍ ଜଣକ ପ୍ରତିଯୋଗୀଙ୍କୁ ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବାକୁ ପ୍ରର୍ବତ୍ତାଇ ଥାଏ। ଏହି ଗେମ୍‌ର ନିୟମ ମାନି ପ୍ରତିଯୋଗୀ ମଧ୍ୟ ଆତ୍ମହତ୍ୟା କରିବାକୁ ପଛାଇ ନ ଥାଏ।  ଆତ୍ମହତ୍ୟା କରିବା ପୂର୍ବରୁ  ପ୍ରତିଯୋଗୀ ସେଲଫି କିମ୍ୱା ଭିଡିଓ ଆଡମିନ୍‌ ପାଖକୁ ପଠାଇଥାଏ।ପ୍ରତିଯୋଗୀ ଆତ୍ମହତ୍ୟା କରିବା ପରେ ଏହି ଗେମ୍‌ଟି ସମାପ୍ତ ହୋଇଥାଏ। ଭାରତରେ ଏହି ଗେମ୍ ନିଜର ଆସ୍ଥାନ ଜମାଇବା ପୂର୍ବରୁ ସରକାର ଏହି ଗେମ୍‌ର ଚେର ମୂଳୋତ୍ପାଟନ ପାଇଁ ବିଚାର କରୁଛନ୍ତି।

କେବେ କେଉଁଠି  ଆରମ୍ଭ ହୋଇଥିଲା ଏହି ଖେଳ

୨୦୧୩ରେ ଋସରୁ ଏହି ଖେଳର ମୂଳଦୁଆ ପଡ଼ିଥିଲା।   VKontakte ସୋସିଆଲ ନେଟୱର୍କରୁ ଏହି ଖେଳ ଆରମ୍ଭ ହୋଇଥିଲା। ୨୦୧୫ରେ ପ୍ରଥମେ ଏହି ଖେଳରେ ଜଣେ ଶିକାର ହୋଇଥିଲେ।  ଋସର ଫିଲିପ୍ ବୁଡେଇକିନ୍‌ ନାମକ ଜଣେ ମନୋବିଜ୍ଞାନ ଛାତ୍ର ଏହି ଖେଳର ଶ୍ରଷ୍ଠା ବୋଲି ନିଜକୁ ଦାବି କରିଥିଲେ। ପରେ ଉକ୍ତ ଛାତ୍ରକୁ ସେ ପଢୁଥିବା ବିଶ୍ୱବିଦ୍ୟାଳୟରୁ ବହିସ୍କାର କରିଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos