ବୋଲଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଖୋର୍ଦ୍ଧା ରୋଡ଼- ରାଜସୁନାଖଳା ପାସେଞ୍ଜର ଟ୍ରେନ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼- ରାଜସୁନାଖଳା ପାସେଞ୍ଜର ଟ୍ରେନ୍‌ ବୋଲଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଏହାସହ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୁଭାରମ୍ଭ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶାର ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ […]

train

train

Rakesh Mallick
  • Published: Monday, 20 March 2017
  • Updated: 20 March 2017, 08:30 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼- ରାଜସୁନାଖଳା ପାସେଞ୍ଜର ଟ୍ରେନ୍‌ ବୋଲଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଏହାସହ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୁଭାରମ୍ଭ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶାର ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଟ୍ରେନ୍‌ରେ ବିକ୍ରି କରାଯିବ ବୋଲି ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ। ବିଶେଷ କରି ଆଦିବାସୀ ଅଞ୍ଚଳର ହ୍ୟାଣ୍ଡଲୁମ୍‌ ଓ ହାଣ୍ଡିକ୍ରାଫ୍‌ ଇ-କମର୍ସରେ ବିକ୍ରି କରାଯିବା ନେଇ ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲାକୁ କିପରି ରେଳପଥ ସମ୍ପ୍ରସାରଣ ହୋଇପାରିବ ତାହା ଉପରେ ଆମେ ପ୍ରାଥମିକତା ଦେଉଛୁ। ରେଳପଥ ସମ୍ପ୍ରସାରଣ ପାଇଁ ଆମେ ମାଗଣାରେ ଜମି ଯୋଗାଣ ସହ ଭିତ୍ତିଭୂମି ନିର୍ମାଣରେ ଅଧା ଖର୍ଚ୍ଚ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ପାରଳାଖେମୁଣ୍ଡିକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

ପରେ କ୍ୟାସ୍‌ଲେସ୍‌ ତଥା ଡିଜିଟାଲ ଟଙ୍କା କାରବାରକୁ ପ୍ରୋତ୍ସାହିତ କରିବାକୁ ‘ଡିଜିଧନ ମେଳା’ର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପ୍ରଭୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଏବଂ ଧର୍ମେନ୍ଦ୍ର ଯୋଗ ଦେଇଥିଲେ।

ମେଳାରେ ୟୁପିଆଇ, ୟୁଏସ୍‌ଏସ୍‌ଡି, ଇ-ୱାଲେଟ୍‌, ପିଓଏସ୍‌ ଏବଂ ଭୀମ ଆପ୍‌ ଜରିଆରେ ଦେଣନେଣ ଶିକ୍ଷାର ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story