ବଲାଙ୍ଗିର: ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ଫସଲହାନି ଓ କରଜ ଚିନ୍ତାରେ ଆଜି ଆଉ ଜଣେ ଚାଷୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାସୁଦେବ ଭୋଇ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାର ବୁଢ଼ୀପଦର ପଞ୍ଚାୟତର ଘୁଷୁରାମୁଡ଼ାରେ। ସେ ଗୁରୁବାର ବିଷ ପିଇ ଦେଇଥିଲେ। ଆଜି ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବର୍ଷା ଅଭାବରୁ ତାଙ୍କର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଫସଲହାନି ସାଙ୍ଗକୁ କରଜ ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ତାଙ୍କ […]

farmerdeath

farmerdeath

Rakesh Mallick
  • Published: Monday, 19 October 2015
  • Updated: 19 October 2015, 05:41 PM IST

Sports

Latest News

ବଲାଙ୍ଗିର: ଫସଲହାନି ଓ କରଜ ଚିନ୍ତାରେ ଆଜି ଆଉ ଜଣେ ଚାଷୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାସୁଦେବ ଭୋଇ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାର ବୁଢ଼ୀପଦର ପଞ୍ଚାୟତର ଘୁଷୁରାମୁଡ଼ାରେ। ସେ ଗୁରୁବାର ବିଷ ପିଇ ଦେଇଥିଲେ। ଆଜି ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବର୍ଷା ଅଭାବରୁ ତାଙ୍କର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଫସଲହାନି ସାଙ୍ଗକୁ କରଜ ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେଥିଯୋଗୁଁ ସେ ବିଷ ପିଇ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେ ପ୍ରାୟ ୭ ଏକର ଜମିରେ ଧାନ ଫସଲ କରିଥିଲେ ଓ ପ୍ରାୟ ୫୦ ହଜାର ଟଙ୍କା ଆତ ଉଧାରି ଆଣିଥିଲେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ମୃତ ଦେହ ଗାଁରେ ପହଞ୍ଚିବା ପରେ ଗାଁ ଲୋକେ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ସହିତ ରାଜ୍ୟର ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଖୋର୍ଦ୍ଧା ଓ ଭଦ୍ରକ ଆଦି ଜିଲ୍ଲାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos