ବଲାଙ୍ଗିର ଅନକିଲିଂ ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ରେଳ ଷ୍ଟେସନ୍ ନିକଟରେ ଘଟିଥିବା ଅନରକିଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ କୈଳାସ ତଅଁଳାକୁ ଗତକାଲି ବଡ଼ମାଲରୁ ଗିରଫ କରିଛି ଜିଆରପି। ଜେରା ବେଳେ କୈଳାସ ତା’ ଝିଅକୁ ହତ୍ୟା କରିଥିବା କଥା  ସ୍ୱୀକାର କରିଛି ବୋଲି ପୋଲିସ୍ କହିଛି। ଜିଆରପିର ଝାରସୁଗୁଡ଼ା ସର୍କଲ୍ ଡିଏସ୍‌ଆରପି ଦିଲୀପ କୁମାର ବାଗ୍ କହିଛନ୍ତି,“ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ତାମିଲନାଡୁ ଯାଇଥିଲା। ସେଠାରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନ ଥିଲା। ଗତକାଲି […]

bolangir

bolangir

Rakesh Mallick
  • Published: Friday, 03 June 2016
  • Updated: 03 June 2016, 07:59 AM IST

Sports

Latest News

arrest bolangirବଲାଙ୍ଗିର: ବଲାଙ୍ଗିର ରେଳ ଷ୍ଟେସନ୍ ନିକଟରେ ଘଟିଥିବା ଅନରକିଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ କୈଳାସ ତଅଁଳାକୁ ଗତକାଲି ବଡ଼ମାଲରୁ ଗିରଫ କରିଛି ଜିଆରପି। ଜେରା ବେଳେ କୈଳାସ ତା’ ଝିଅକୁ ହତ୍ୟା କରିଥିବା କଥା  ସ୍ୱୀକାର କରିଛି ବୋଲି ପୋଲିସ୍ କହିଛି।

ଜିଆରପିର ଝାରସୁଗୁଡ଼ା ସର୍କଲ୍ ଡିଏସ୍‌ଆରପି ଦିଲୀପ କୁମାର ବାଗ୍ କହିଛନ୍ତି,“ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ତାମିଲନାଡୁ ଯାଇଥିଲା। ସେଠାରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନ ଥିଲା। ଗତକାଲି ଆମେ ସୂଚନା ପାଇଥିଲୁ କୈଳାସ ବଡମାଲ୍‌ରେ ଅଛି।  ତାକୁ ଆମେ ବଡ଼ମାଲ ରେଳ ଷ୍ଟେସନ ନିକଟରୁ ଗିରଫ କରିଥିଲୁ।”

ଗତ ମାସ ୨୪ ତାରିଖରେ ବଲାଙ୍ଗିରରେ ଏହି ଅନରକିଲିଂ ଘଟଣା ଘଟିଥିଲା। ଅନ୍ୟ ଜାତିରେ ବିବାହ କରିବା ଘଟଣାକୁ ନେଇ କୈଳାସ ତା’ ଝିଅ ଗୀତାକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୁକ୍ତର ମା’ ତଥା ମୃତ ଗୀତାର ଜେଜେ ମା’ ଏହି ଅଭିଯୋଗ କରିଥିଲେ।

ଗତ ବର୍ଷ ଗୀତା ତାଙ୍କ ବାପାମା’ଙ୍କ ସହିତ ବିଜୟୱାଡ଼ାକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ନରେଶ ତାଣ୍ଡି ନାମକ ଜଣ ଯୁବକ ସହିତ ତାଙ୍କର ପ୍ରେମ ହୋଇଥିଲା। ତେବେ ଯୁବକ ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ବିବାହକୁ ଅନୁମତି ଦେଇ ନ ଥିଲେ ଗୀତାଙ୍କ ବାପାମା’। ତେଣୁ ଦୁହେଁ ତିନି ମାସ ତଳେ ଫେରାର ହୋଇ ଯାଇଥିଲେ। ପରେ ସେମାନେ ନରେଶର ଗାଁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଶରଦାପୁରକୁ ଆସିଥିଲେ। ଗର୍ଭବତୀ ଥିବା ଗୀତାଙ୍କୁ ନରେଶର ଘର ଲୋକେ ଭିନ୍ନ ଜାତିର କହି ଘରେ ପୂରାଇ ଦେଇ ନ ଥିଲେ। ଫଳରେ ସେ ଅନ୍ୟ କୌଣସି ଉପାୟ ନ ପାଇ ନିଜ ବାପ ଘରକୁ ଫେରି ଆସିଥିଲେ। ତେବେ ତାଙ୍କ ବାପା କୈଳାସ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲା। ଓଲଟି ହତ୍ୟା କରିବାକୁ ଧମକ ଦେଇ ଆସୁଥିଲେ।

ଏହା ପରେ କୈଳାସଙ୍କ ମା’ ମେମ୍ ତଅଁଳା ନାତୁଣୀର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ତରଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଲୁଚାଇ ରଖିଥିଲେ। ତେବେ କୈଳାସ କୌଣସି ସୂତ୍ରରୁ ଏ ସଂପର୍କରେ ଜାଣିପାରି ମେ’ ୨୪ ତାରିଖରେ ସେଠାକୁ ଯାଇ ଦୁଇ ଜଣଙ୍କୁ ବୁଝାସୁଝା କରି ବଲାଙ୍ଗିର ନେଇ ଆସିଥିଲେ। ରାତି ପ୍ରାୟ ୧୧ଟା ବେଳେ ବଲାଙ୍ଗିର ରେଳ ଷ୍ଟେସନଠାରୁ ମାତ୍ର ତିନି ଶହ ମିଟର ଦୂରରେ ଥିବା ଏକ ବୁଦାମୂଳେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ କୈଳାସ। ନାତୁଣୀକୁ ନ ମାରିବାକୁ ମେମ୍ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos