ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ଜଳ ସତ୍ୟାଗ୍ରହ, ୨ ଗୁରୁତର

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ଓ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ଦାବିରେ ଆଜିଠାରୁ ବଲାଙ୍ଗିରରେ ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଛି। ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଡାକରା ଦିଆଯାଇଥିବା ଏହି ଜଳ ସତ୍ୟାଗ୍ରହରେ ବୁଡ଼ି ଅଞ୍ଚଳର ୧୪ଟି ଗାଁ ଲୋକେ ସାମିଲ ହୋଇଛନ୍ତି। ଶେଷ ଖବର ମିଳିବା ସୁଦ୍ଧା ବର୍ଷା ସତ୍ତ୍ୱେ ସତ୍ୟାଗ୍ରହ ଚାଲିଛି। ଦୁଇ ଜଣ ମହିଳାଙ୍କ ସମେତ ୩ ଜଣ ସତ୍ୟାଗ୍ରହୀଙ୍କ ଅବସ୍ଥା ଗୁରୁତର ହୋଇଛି। […]

bolagir

bolagir

Rakesh Mallick
  • Published: Monday, 26 September 2016
  • Updated: 27 September 2016, 08:37 AM IST

bolangirବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ଓ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ଦାବିରେ ଆଜିଠାରୁ ବଲାଙ୍ଗିରରେ ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଛି। ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଡାକରା ଦିଆଯାଇଥିବା ଏହି ଜଳ ସତ୍ୟାଗ୍ରହରେ ବୁଡ଼ି ଅଞ୍ଚଳର ୧୪ଟି ଗାଁ ଲୋକେ ସାମିଲ ହୋଇଛନ୍ତି। ଶେଷ ଖବର ମିଳିବା ସୁଦ୍ଧା ବର୍ଷା ସତ୍ତ୍ୱେ ସତ୍ୟାଗ୍ରହ ଚାଲିଛି। ଦୁଇ ଜଣ ମହିଳାଙ୍କ ସମେତ ୩ ଜଣ ସତ୍ୟାଗ୍ରହୀଙ୍କ ଅବସ୍ଥା ଗୁରୁତର ହୋଇଛି। ୨ ଗୁରୁତର ମହିଳା ସତ୍ୟାଗ୍ରହୀ ଜାନକୀ ଭୁଏ ଓ ପ୍ରେମ ବାରିକଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶତାଧିକ ଲୋକ ଏକ ବାଇକ୍ ରାଲିରେ ଖଗସାବାହାଲ ଯିବା ପରେ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅଞ୍ଚଳରେ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସତ୍ୟାଗ୍ରହ ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହିଛନ୍ତି।

ବାରମ୍ବାର ଆନ୍ଦୋଳନ କରି ବିଫଳ ହେବା ପରେ ଏପରି କରିବାକୁ ନିଷ୍ପତ୍ତି ନିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧୯୯୯ ମସିହାରେ ୨୧୭ କୋଟି, ୨୦୦୯ରେ ୧୦୪୨ କୋଟି ଓ ଗତ ଅଗଷ୍ଟ ୩୦ ତାରିଖରେ ୨୪୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ବାରମ୍ବାର ବ୍ୟୟ ଅଟକଳ ବଢୁଥିଲେ ମଧ୍ୟ କାମ ସରୁନାହିଁ। ଏପରିକି କିଛିଦିନ କାମ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ୨୦୧୨ରେ ଆକ୍ସନ କମିଟି ସପ୍ତାହେ ବ୍ୟାପୀ ଆମରଣ ଅନଶନ କରିବା ପରେ ରାଜ୍ୟ ସରକାର କାମ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାର କ୍ଷତିପୂରଣ ପାଇଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ତେଣୁ ଏହି ଜଳ ସତ୍ୟାଗ୍ରହକୁ ଜିଲ୍ଲାର ବହୁ ସାମାଜିକ ସଂଗଠନ ମଧ୍ୟ ସମର୍ଥନ କରୁଛନ୍ତି।

କମିଟିର ଦାବିକୁ ବିଚାର କରାଯାଉଛି, ଏପରି ଆନ୍ଦୋଳନ ନ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos