ଏଡ୍‌ସ ଆକ୍ରାନ୍ତଙ୍କ ମୃତଦେହ ଛାଡ଼ି ପଳାଇଲେ ପରିବାର ଲୋକେ

ବଲାଙ୍ଗିର: ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଛୁଇଁଲେ ଓ ସାଥୀରେ ଖାଇଲେ ରୋଗ ହୁଏ ନାହିଁ। ଏପରି ସଚେତନତା ବାର୍ତ୍ତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଚାର କରାଯାଉଛି। ଏହା ସତ୍ତ୍ୱେ ଏବେବି ଏଚ୍‌ଆଇଭି ଆକ୍ରାନ୍ତଙ୍କ ପ୍ରତି ସମାଜରେ ଘୃଣ୍ୟ ମାନସିକତା ଦେଖିବାକୁ ମିଳୁଛି। ମୃତ୍ୟୁ ପରେ ମଧ୍ୟ ଜଣେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଛାଡ଼ି ପଳାଇଗଲେ ସ୍ତ୍ରୀ ଓ ପରିବାର ଲୋକେ।  ଗଣ ମାଧ୍ୟମ ଓ ପୋଲିସ୍‌ର ବୁଝାଶୁଝାର ୨୪ ଘଣ୍ଟା ପରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଶବ […]

bolangri

bolangri

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 07:02 PM IST

Sports

Latest News

ବଲାଙ୍ଗିର: ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଛୁଇଁଲେ ଓ ସାଥୀରେ ଖାଇଲେ ରୋଗ ହୁଏ ନାହିଁ। ଏପରି ସଚେତନତା ବାର୍ତ୍ତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଚାର କରାଯାଉଛି। ଏହା ସତ୍ତ୍ୱେ ଏବେବି ଏଚ୍‌ଆଇଭି ଆକ୍ରାନ୍ତଙ୍କ ପ୍ରତି ସମାଜରେ ଘୃଣ୍ୟ ମାନସିକତା ଦେଖିବାକୁ ମିଳୁଛି। ମୃତ୍ୟୁ ପରେ ମଧ୍ୟ ଜଣେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଛାଡ଼ି ପଳାଇଗଲେ ସ୍ତ୍ରୀ ଓ ପରିବାର ଲୋକେ।  ଗଣ ମାଧ୍ୟମ ଓ ପୋଲିସ୍‌ର ବୁଝାଶୁଝାର ୨୪ ଘଣ୍ଟା ପରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଶବ ସତ୍କାର ହୋଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏହି ଘଟଣା ଏବେ ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ବଲାଙ୍ଗିର ଜିଲ୍ଲା ଟାଉନ୍‌ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ମେଡିସିନ୍‌ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ। ପାଖରେ ଥିଲେ ତାଙ୍କ ପତ୍ନୀ। ଚିକିତ୍ସା ସତ୍ତ୍ୱେ ରୋଗ ଭଲ ହେଉନଥିଲା। ପରେ ତାଙ୍କର ରକ୍ତ ନମୁନା ଏ.ଆର୍.ଟି ସେଣ୍ଟରରରେ ପରୀକ୍ଷା କରାଯିବାରୁ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଗତକାଲି ସାଢ଼େ ୩ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିପାରି ତାଙ୍କ ପତ୍ନୀ ମେଡ଼ିକାଲରୁ ପଳାଇ ଯାଇଥିଲେ। ଏ ସମ୍ପର୍କରେ କାର୍ଯ୍ୟରତ ନର୍ସ ମେଡ଼ିକାଲର ଉଚ୍ଚ ପଦସ୍ତ ଅଧିକାରୀ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ମାତ୍ର ପରିବାର ଲୋକେ ନ ଆସିବାରୁ ୧୮ ଘଣ୍ଟା ପରେ ମୃତଦେହକୁ ମେଡ଼ିକାଲ କର୍ତ୍ତୃପକ୍ଷ ଶବାଗାରରେ ରଖିଥିଲେ।

ପୁଅ ମୃତ୍ୟୁରେ ପରିବାର ଲୋକେ ଚିନ୍ତିତ ଥିଲେ। ମାତ୍ର ପୁଅ ଅନ୍ୟ ଜାତିରେ ବାହା ହୋଇ ଅନ୍ୟତ୍ର ରହୁଥିବାରୁ ସାମାଜିକ ବାସନ୍ଦ ଯୋଗୁଁ ଭୟରେ  ମୃତଦେହ ପାଖକୁ ଯାଇପାରୁନଥିଲେ ବୋଲି ମୃତକଙ୍କ ବାପା କହିଥିଲେ।

ଏ ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଗଣମାଧ୍ୟମ ଓ ପୋଲିସ୍‌ ମୃତକଙ୍କ ପରିବାରକୁ ବୁଝାଶୁଝା କରିବାରୁ ଅପରାହ୍ନରେ ଶବ ସତ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story