ବଲାଙ୍ଗିରରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଅଏଁଲାପାଲିର ଶ୍ରୀକାନ୍ତ ସେଲମା। ସେ ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ରୀକାନ୍ତ ତିନି ଏକର ଜମିରେ ଧାନ ଓ ଏକ ଏକର ଜମିରେ ପନିପରିବା ଚାଷ କରିଥିଲେ। ଏଥିପାଇଁ ସେ ୩୫ ହଜାର ଟଙ୍କା […]

farmer

farmer

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 07:54 AM IST

ବଲାଙ୍ଗିର: ରାଜ୍ୟରେ ପୁଣି ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଅଏଁଲାପାଲିର ଶ୍ରୀକାନ୍ତ ସେଲମା। ସେ ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶ୍ରୀକାନ୍ତ ତିନି ଏକର ଜମିରେ ଧାନ ଓ ଏକ ଏକର ଜମିରେ ପନିପରିବା ଚାଷ କରିଥିଲେ। ଏଥିପାଇଁ ସେ ୩୫ ହଜାର ଟଙ୍କା ହାତଉଧାରୀ କରିଥିଲେ। ବର୍ଷା ଅଭାବରୁ ତାଙ୍କ ଫସଲ ନଷ୍ଟ ହୋଇଯାଇଥିଲା।

 ଋଣ ଶୁଝିବା ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos