ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, ପୋଲାଭରମ୍ ଓ ମରୁଡ଼ି ସ୍ଥିତି ନେଇ କଲେ ଆଲୋଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡିର ସମସ୍ତ ସାଂସଦ ଭେଟି ବିବାଦୀୟ ପୋଲାଭରମ୍ ପ୍ରସଙ୍ଗ ଓ ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିର ମୁକାବିଲା ଲାଗି ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ ନେଇ ଆଲୋଚନା କରିଛନ୍ତି। ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ହେବାକୁ ଥିବା ଓଡ଼ିଶାର କ୍ଷୟକ୍ଷତି ନେଇ ମୋଦିଙ୍କୁ ସାଂସଦମାନେ ଅବଗତ କରିଛନ୍ତି। ଡ୍ୟାମର ଉଚ୍ଚତା ବଢ଼ିଲେ ପ୍ରଭାବିତ ହେବାକୁ ଥିବା ୩ଟି ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସରକାର ମିଶି ପୋଲାଭରମ୍ ବିବାଦର ସମାଧାନ ପାଇଁ […]

polabharam

polabharam

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 01:18 PM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡିର ସମସ୍ତ ସାଂସଦ ଭେଟି ବିବାଦୀୟ ପୋଲାଭରମ୍ ପ୍ରସଙ୍ଗ ଓ ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିର ମୁକାବିଲା ଲାଗି ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ ନେଇ ଆଲୋଚନା କରିଛନ୍ତି। ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ହେବାକୁ ଥିବା ଓଡ଼ିଶାର କ୍ଷୟକ୍ଷତି ନେଇ ମୋଦିଙ୍କୁ ସାଂସଦମାନେ ଅବଗତ କରିଛନ୍ତି। ଡ୍ୟାମର ଉଚ୍ଚତା ବଢ଼ିଲେ ପ୍ରଭାବିତ ହେବାକୁ ଥିବା ୩ଟି ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସରକାର ମିଶି ପୋଲାଭରମ୍ ବିବାଦର ସମାଧାନ ପାଇଁ ଯେଉଁ ମିଳିତ ନିଷ୍ପତ୍ତି ନେବେ ତା ଉପରେ ଗୁରୁତ୍ୱ ଦେବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବାକୁ ସାଂସଦମାନେ ମୋଦିଙ୍କ ନିକଟରେ ଦାବି କରିଛନ୍ତି।

ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ ରାଜ୍ୟକୁ ମରୁଡ଼ି ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଥିଲା। ବିଶେଷ କରି ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିରରେ ମରୁଡ଼ି ସ୍ଥିତି ନେଇ ଆଲୋଚନା କରାଯାଇଥିଲା। ପଶ୍ଚିମାଞ୍ଚଳରେ ମରୁଡ଼ି ମୁକାବିଲା ନେଇ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରାଯିବା ଉପରେ ଆଲୋଚନା କରାଯାଇଥିଲା।

ସେହିପରି ଦଳର ଅନ୍ୟତମ ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଥିଲା। ମାମଲାଟି କୋର୍ଟରେ ବିଚାରାଧୀନ ରହିଛି। କୋର୍ଟର ରାୟ ନ ଆସିବା ପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସେହିପରି ପୋଲାଭରମ୍ ଡ୍ୟାମ୍ ବଦଳରେ ୩ଟି ଛୋଟ ଛୋଟ ବ୍ୟାରେଜ୍ ନିର୍ମାଣ କରିବାକୁ ରହିଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲାଭରମ୍ ଡ୍ୟାମ୍ ଯୋଗୁଁ ୩୦୦ରୁ ଅଧିକ ଗାଁ ପ୍ରଭାବିତ ହେଉଥିବା ବେଳେ ଓଡ଼ିଶାରୁ ୨୫ଟି ଗାଁ ଜଳମଗ୍ନ ହୋଇଯିବ। ତେବେ ତିନିଟି ଛୋଟ ଛୋଟ ବ୍ୟାରେଜ୍ ନିର୍ମାଣ କରାଗଲେ ମାତ୍ର ୭୪ଟି ଗାଁ ପ୍ରଭାବିତ ହେବ। ଆଉ ଓଡ଼ିଶାର କୌଣସି ଗାଁ ପ୍ରଭାବିତ ହେବ ନାହିଁ। ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୀତି ଆୟୋଗ, କେନ୍ଦ୍ରୀୟ ଜଳ ଅୟୋଗ ଆଦିଙ୍କ ସହ ଏ ସଂପର୍କରେ ଆଲୋଚନା କରାଯିବ।

ବିଜେଡି ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦିଆଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story