ଓଭରବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥାରେ ଅରୁଣ ସାହୁଙ୍କ ଟଙ୍କା ଲାଗିଛି: ବିରୋଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଗୃହ ବାହାରେ ମଧ୍ୟ ବିରୋଧୀଙ୍କ ଦବଦବା ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଏହି ଘଟଣାକୁ ନେଇ ସରକାର ଯେମିତି ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସ୍‌ ଠିକା ସଂସ୍ଥା ସହ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଠିକା ସଂସ୍ଥା ପଣ୍ଡା ଇନଫ୍ରା ସହ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଗୃହ ବାହାରେ ମଧ୍ୟ ବିରୋଧୀଙ୍କ ଦବଦବା ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଏହି ଘଟଣାକୁ ନେଇ ସରକାର ଯେମିତି ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସ୍‌ ଠିକା ସଂସ୍ଥା ସହ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।

ଠିକା ସଂସ୍ଥା ପଣ୍ଡା ଇନଫ୍ରା ସହ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ଅରୁଣ ଆଇନ ମନ୍ତ୍ରୀ ଥିବା ବେଳେ ତାଙ୍କ ଟଙ୍କା ଏହି ସଂସ୍ଥାରେ ଲାଗିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଦୀପ।

ପ୍ରଦୀପ କହିଛନ୍ତି- “ଆଇନମନ୍ତ୍ରୀ ଥିବା ବେଳେ ଅରୁଣ ସାହୁଙ୍କ ଟଙ୍କା ଏହି ଠିକା ସଂସ୍ଥାରେ ଲାଗିଛି। ତାଙ୍କ ନିୟନ୍ତ୍ରଣରେ ତୃତୀୟ ମହଲା ଥିଲା। ଏଥିପାଇଁ ଏଡି ଠିକା ସଂସ୍ଥାକୁ ରାଜ୍ୟ ସରକାର କାମ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ।”

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉଭୟ ଅରୁଣ ସାହୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଦଳ ଅଭିଯୋଗ କରିଛି, ସମ୍ବଲପୁର ଓ ଜଟଣୀ ଫ୍ଲାଏ ଓଭରବ୍ରିଜ କାମ କଲାବେଳେ ଏହି ଫଣ୍ଡା ଇନଫ୍ରା ନାଁରେ ଅଭିଯୋଗ ଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପହଁଞ୍ଚିବା ପରେ ଖୋଳତାଡ ପାଇଁ ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଚିଠି ଆସିଥିଲା। ଦଳ ଆହୁରି ଅଭିଯୋଗ କରିଛି ଯେ, ପ୍ରଥମେ ବମିଖାଲ ଓଭରବ୍ରିଜର କାମ ପାଇଁ ୨୦ କୋଟି ୮୩ ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟ ବରାଦ ଥିଲା। ୨ ବର୍ଷ ଭିତରେ କାମ ସରିବା କଥା କିନ୍ତୁ କାମ ସରଲାନି ବରଂ ଏଲ ସେପର ଡିଜାଇନ ବଦଳି ଟି ସେପ୍ ହେଲା। ଏଥିପାଇଁ ବ୍ୟୟ ବଢି ୪୪ କୋଟି ୧୦ ଲକ୍ଷ ହେଲା। ଅରୁଣ ସାହୁଙ୍କ ଟଙ୍କା ଲାଗିଥିବାରୁ ଏମିତି କରାଗଲା ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି।

ଓଭରବ୍ରିଜ୍‌ ଭୁଶୁଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏହି ଘଟଣାରେ କଂଗ୍ରେସ ଗୃହରେ ମୋସନ ଆଣିଥିଲା। ହେଲେ ମୋସନକୁ ଆଲୋଚନାକୁ ଅଣା ନଯିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା ଦଳ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି- “ଘଟଣା ସ୍ଥଳକୁ ଯାଇଥିବା ବେଳେ ବହୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ଯେ, ସରକାରୀ ଦଳର ଜଣେ ବିଧାୟକ ଠିକାଦାର ସହ ମିଶି କାମ କରୁଛନ୍ତି। ଏହାଯଦି ସତ ହୋଇଥାଏ, ଘଟଣା ବହୁତ ସାଙ୍ଘାତିକ।”

ବିରୋଧୀଙ୍କ ଏପରି ଅଭିଯୋଗୁ ଅରୁଣ ସାହୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି- “କୌଣସି ବ୍ୟବସାୟରେ ମୋର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତି ନାହିଁ। ଯଦି ତାଙ୍କ ପାଖରେ ତଥ୍ୟ ଅଛି, ତାହାକୁ ଆଧାର କରି ମୋ ସଭ୍ୟପଦ ରଦ୍ଦ କରିବାକୁ ଉଦ୍ୟମ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story