ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା: ପଣ୍ଡା ଇନଫ୍ରା ମାଲିକ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ କମିଶନରେଟ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପଣ୍ଡା ଇନଫ୍ରା ସଂସ୍ଥାର ମୁଖ୍ୟ ପ୍ରତାପ କିଶୋର ପଣ୍ଡା। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟକୁ ଯାଇ ସେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗତକାଲି ସକାଳ ପ୍ରାୟ ୧୨ଟା ବେଳେ ହଠାତ ଓଭରବ୍ରିଜ୍‌ଟି ଭୁଶୁଡି ପଡିଥିଲା। ଘଟଣା ସ୍ଥଳରେ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 10:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ କମିଶନରେଟ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପଣ୍ଡା ଇନଫ୍ରା ସଂସ୍ଥାର ମୁଖ୍ୟ ପ୍ରତାପ କିଶୋର ପଣ୍ଡା। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟକୁ ଯାଇ ସେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।

ଗତକାଲି ସକାଳ ପ୍ରାୟ ୧୨ଟା ବେଳେ ହଠାତ ଓଭରବ୍ରିଜ୍‌ଟି ଭୁଶୁଡି ପଡିଥିଲା। ଘଟଣା ସ୍ଥଳରେ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିବା ବେଳେ ସତ୍ୟଙ୍କ ସ୍କୁଟି ଉପରେ ବ୍ରିଜ୍‌ ଭୁଶୁଡି ପଡିଥିଲା। ଏହି ଘଟଣାରେ ତାଙ୍କ ଝିଅ ସହ ୧୫ ରୁ ଅଧିକ ଆହତ ହୋଇ କ୍ୟାପିଟାଲ ଓ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।

bomikhalଅନ୍ୟପକ୍ଷରେ ବ୍ରିଜ୍‌ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ଆଜି କମିଶନରେଟ୍‌ ପୋଲିସ୍ ଗିରଫ କରିଥିଲା। କୋର୍ଟରେ ହାଜର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେହିପରି ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ପୋଲିସ ଖୋଜୁଛି। ଏହି ଘଟଣା ପରେ ସେ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି।

ସେହିପରି ପୋଲଟିର ନିର୍ମାଣ ଦାୟିତ୍ୱରେ ନେଇ ଥିବା ସଂସ୍ଥା ‘ପଣ୍ଡା ଇନ୍‌ଫ୍ରା’ର ୩ ଜଣ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ନାଁରେ ମଧ୍ୟ ସଙ୍ଗୀନ ଦଫା ଲଗାଯାଇଛି। ସେମାନଙ୍କ ମଧ୍ୟରୁ ମ୍ୟାନେଜିଂ ଡିରେକ୍ଟର ପ୍ରତାପ ପଣ୍ଡା ଆତ୍ମସମର୍ପଣ କରିସାରିଛନ୍ତି। ଅନ୍ୟ ଦୁଇ ଡିରେକ୍ଟର ହେଲେ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ଏହି ୩ ଜଣଙ୍କ ନାଁରେ ୨୮୪ , ୩୦୪, ୩୩୭, ୩୩୮ ଓ ୩୪ ଆଇପିସି ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ।

ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ମାମଲାରେ ହସ୍ତକ୍ଷେପ କରି କମିଶନ ପୂର୍ତ୍ତ ସଚିବ ଓ ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ: ସହକାରୀ ଯନ୍ତ୍ରୀ ଗିରଫ, ୩ ଡିରେକ୍ଟରଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story