ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହେବ। ପୂର୍ତ୍ତ ବିଭାଗ ଏହାର ତଦନ୍ତ କରିବ। ଏହି ଘଟଣା ପରେ ଗତକାଲି ୨ ଜଣ ଇଂଜିନିୟରଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବିତ ଅଧିକାରୀମାନେ ହେଲେ ଉପ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଏବଂ ସହକାରୀ ଯନ୍ତ୍ରୀ କିଶୋର ରାଉତ।
ଏହି ଘଟଣା ପାଇଁ ଯିଏ ବି ଦାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ କହିଥିଲେ। ଆର ଆଣ୍ଡ ବି ଡିଭିଜନ-୪ ଏହାର ନିର୍ମାଣ ଦାୟିତ୍ୱରେ ଥିଲା। ପଣ୍ଡା ଇନ୍ଫ୍ରା ନିର୍ମାଣ ପାଇଁ ଟେଣ୍ଡର ନେଇଥିଲା।
ଅନ୍ୟପକ୍ଷରେ ୭ରୁ ୮ଘଣ୍ଟା ଧରି ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଅଗ୍ନିଶମ ବିଭାଗ, ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ସନ୍ଧାନୀ କୁକୁରଙ୍କୁ ଉଦ୍ଧାର କାମରେ ନିୟୋଜିତ କରାଯାଇଥିଲା ।
ଅଧିକ ପଢ଼ନ୍ତୁ- ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ପଛର ରହସ୍ୟ କ’ଣ ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।