ବଣାଇ: ଜିଲ୍ଲା ପରିଷଦ ସଭ୍ୟଙ୍କୁ ହତ୍ୟା, ସିବିଆଇ ତଦନ୍ତ କରିବାକୁ ଜୁଏଲଙ୍କ ଦାବି

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ବିଜେଡ଼ି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମଙ୍କୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏହାସହ ଦଶରଥଙ୍କ ବାଇକକୁ ପୋଲିସ ଜବତ କରିଛି । ହତ୍ୟାର କାରଣ ଜଣାପଡିନାହିଁ । ତେବେ କିଏ କାହିଁକି ଦଶରଥଙ୍କୁ ହତ୍ୟା […]

bonai

bonai

Rakesh Mallick
  • Published: Friday, 23 October 2015
  • Updated: 23 October 2015, 03:40 PM IST

Sports

Latest News

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ବିଜେଡ଼ି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମଙ୍କୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏହାସହ ଦଶରଥଙ୍କ ବାଇକକୁ ପୋଲିସ ଜବତ କରିଛି । ହତ୍ୟାର କାରଣ ଜଣାପଡିନାହିଁ । ତେବେ କିଏ କାହିଁକି ଦଶରଥଙ୍କୁ ହତ୍ୟା କଲେ ତାହାର ତଦନ୍ତ ପୋଲିସ ଚଲାଇଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଉତ୍ତ୍ୟକ୍ତ ଲୋକେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ରାସ୍ତାରୋକ  ମଧ୍ୟ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦଶରଥଙ୍କ ପରିବାରଲୋକଙ୍କୁ ଭେଟିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ବିଜେଡି ବିଧାୟକ ଓ ଅନ୍ୟ ନେତା ବି ଦଶରଥଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ ଯେ, ଗତକାଲି ବଣାଇ ଥାନା ବାବୁ ନୂଆଗାଁରେ ଆୟୋଜିତ ରାବଣପୋଡ଼ି ଉତ୍ସବରେ ଦଶରଥ ଅତିଥି ଭାବେ ଯୋଗଦେଇଥିଲେ । ରାବଣପୋଡି ଉତ୍ସବ ସରିବା ପରେ ସେ ତାଙ୍କ ବାକରେ ଏକା ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଦେଓଗାଁ ନିକଟରେ ଅଟକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୪୨ ବର୍ଷୀୟ ଦଶରଥ ଅବିବାହିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos